banner
Breaking

ଶିବସୁନ୍ଦରଙ୍କୁ ମିଳିଲା ଜାତୀୟ ମହିଳା ଦଳର ଦାୟିତ୍ୱ।

0

ଭୁବନେଶ୍ୱର, ୧୭।୫– ଓଡ଼ିଶା କ୍ରିକେଟ ପାଇଁ ସୋମବାର ଆସିଛି ଏକ ଖୁସି ଖବର। ରାଜ୍ୟର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ନିଯୁକ୍ତ କରାଯାଇଛି। ଟିମ୍‌ ଇଣ୍ଡିଆର ପୂର୍ବତନ ଟେଷ୍ଟ ଓପନର ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜରେ ଗୁରୁଦାୟିତ୍ୱ ସମ୍ପାଦନ କରିବେ। ପୂର୍ବତନ ଦିଲ୍ଲୀ ଉଇକେଟ କିପର ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍‌ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବରୋଦା ମହିଳା ଚୟନ ପ୍ୟାନେଲ ମୁଖ୍ୟ ଥିବା ରାଜକୁମାରଦେବୀ ଗାଏକ୍ୱାଡ ଟିମ୍‌ ମ୍ୟାନେଜର ନିଯୁକ୍ତ ହୋଇଛନ୍ତି। ଦୀର୍ଘଦିନଧରି ଏହି ଦାୟିତ୍ୱ ତୁଲାଇ ଆସୁଥିବା ତୃପ୍ତି ଭଟ୍ଟାଚାର୍ଯ୍ୟଙ୍କ ସ୍ଥାନ ନେଇଛନ୍ତି ଗାଏକ୍ୱାଡ। କିଛିଦିନ ପୂର୍ବରୁ ରମେଶ ପାଓ୍ବାର ଦଳର ମୁଖ୍ୟ କୋଚ୍‌ ପଦକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଶିବ ସୁନ୍ଦର ପୂର୍ବରୁ ଭାରତୀୟ ମହିଳା ‘ଏ’ ଦଳ ସହିତ କାର୍ଯ୍ୟ କରିଥିଲେ। ”ପ୍ରଥମ ଥର ପାଇଁ ମୁଁ ଭାରତୀୟ ମହିଳା ଜାତୀୟ ଦଳ ସହ କାର୍ଯ୍ୟ କରିବାକୁ ଯାଉଛି। ନୂଆ ଦାୟିତ୍ୱ ପାଇ ମୁଁ ବହୁତ ଖସୀ। ଏହା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କାରଣ ମୁଁ ପୂର୍ବରୁ ଜଣେ ଖେଳାଳି ଭାବେ ଇଂଲଣ୍ଡ ଯାଇଛି ଏବଂ ସେଠାରେ ଅନେକ ଲିଗ୍‌ କ୍ରିକେଟ ଖେଳିଛି। ପରିବେଶ ସହିତ ମୁଁ କିଛି ପରିମାଣରେ ଅଭ୍ୟସ୍ତ ମଧ୍ୟ ଅଛି। ତେଣୁ ମୁଁ ମୋ ଅନୁଭବକୁ ଖେଳାଳିଙ୍କ ସହ ବାଣ୍ଟି ପାରିବି। ମୁଁ ଇଂଲଣ୍ଡ ଗସ୍ତକୁ ଭଲ ପାଏ। ତେଣୁ ମୁଁ ଏହା ଉପରେ ଫୋକସ କରୁଛି“ ବୋଲି ନିଜ ପ୍ରତିକ୍ରିୟାରେ ଶିବ ସୁନ୍ଦର କହିଛନ୍ତି।

ଶିବ ସୁନ୍ଦର ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ କ୍ୟାରିୟରରେ ୨୩ଟି ଟେଷ୍ଟ ଖେଳିଥିଲେ। ପାଖାପାଖି ୩୫ ଆଭରେଜରେ ୧୩୦୦ରୁ ଊର୍ଦ୍ଧ୍ୱ ରନ ତାଙ୍କ ନାମରେ ରହିଛି। ଏଥିରେ ୨ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ସାମିଲ। ବର୍ତ୍ତମାନର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଶିବସୁନ୍ଦର ଜାତୀୟ କ୍ରିକେଟ ଏକାଡେମୀରେ ରାହୁଲ ଡ୍ରାଭିଡଙ୍କ ତତ୍ତ୍ୱାବଧାନରେ ବ୍ୟାଟିଂ କୋଚ୍‌ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.