banner
Breaking

ଇ°ଲଣ୍ଡ ଗ୍ରସ୍ତ ପାଇଁ ଭାରତ ମହିଳା ଦଳ ଘୋଷିତ ।

0

ନୂଆଦିଲ୍ଲୀ, ୧୫।୫-ଇଂଲଣ୍ଡ ବିପକ୍ଷ ୭ ମ୍ୟାଚ ବିଶିଷ୍ଟ ଟୁର୍‌ ପାଇଁ ଶୁକ୍ରବାର ଭାରତୀୟ ମହିଳା କ୍ରିକେଟ ଦଳ ଘୋଷିତ ହୋଇଛି। ଶେଫାଳି ବର୍ମା ପ୍ରଥମଥରପାଇଁ ଦିନିକିଆ ଦଳରେ ସାମିଲ ହୋଇଥିବାବେଳେ ଶିଖା ପାଣ୍ଡେ ଓ ତାନିୟା ଭାଟିଆ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଝାଡ଼ଖଣ୍ଡ ଉଇକେଟ କିପର-ବ୍ୟାଟର ଇନ୍ଦ୍ରାଣି ରୟଙ୍କୁ ମଧ୍ୟ ସ୍ଥାନ ମିଳିଛି। ୨୦୧୬ ଫେବୃୟାରୀ ପରେ ଆଉ ଖେଳିବା ସୁଯୋଗ ପାଇ ନ ଥିବା ସ୍ନେହ ରାଣା ମଧ୍ୟ ଦଳକୁ ଫେରିଛନ୍ତି। ତେବେ ବାମହାତୀ ସ୍ପିନର ରାଜେଶ୍ୱରୀ ଗାଏକ୍ୱାଡ ଦଳରୁ ବାଦ୍‌ ପଡ଼ିଛନ୍ତି। କରୋନାରେ ସଂକ୍ରମିତ ହୋଇ ସେ ଏବେ ଚିକିତ୍ସିତ ହେଉଛନ୍ତି। ଏହି ଟୁର୍‌ରେ ଭାରତ ୧ ଟେଷ୍ଟ ଏବଂ ୩ଟି ଲେଖାଏ ଦିନିକିଆ ଓ ଟି୨୦ ଖେଳିବ।
ଟେଷ୍ଟ ଓ ଦିନିକିଆ ଦଳ: ମିଥାଲି ରାଜ(ଅଧିନାୟିକା), ସ୍ମୃତି ମନ୍ଧାନା, ହରମନପ୍ରୀତ କୌର (ଉପଅଧିନାୟିକା), ପୁନମ ରାଉତ, ପ୍ରିୟା ପୁନିଆ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ବେଜ, ଶେଫାଳି ବର୍ମା, ସ୍ନେହ ରାଣା, ତାନିୟା ଭାଟିଆ, ଇନ୍ଦ୍ରାଣି ରୟ(ଉଭୟେ ଉଇକେଟ କିପର), ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର, ଅରୁନ୍ଧତୀ ରେଡ୍ଡୀ, ପୁନମ ଯାଦବ, ଏକତା ବିସ୍ତ, ରାଧା ଯାଦବ।
ଟି୨୦ ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ-ଅଧିନାୟିକା), ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ବେଜ, ଶେଫାଳି ବର୍ମା, ରିଚା ଘୋଷ, ହର୍ଲିନ ଦେଓଲ, ସ୍ନେହ ରାଣା, ତାନିୟା ଭାଟିଆ, ଇନ୍ଦ୍ରାଣି ରୟ(ଉଭୟେ ଉଇକେଟ କିପର), ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର, ଅରୁନ୍ଧତୀ ରେଡ୍ଡୀ, ପୁନମ ଯାଦବ, ଏକତା ବିସ୍ତ, ରାଧା ଯାଦବ, ସିମରନ ଦିଲ୍‌ ବାହାଦୂର।

Khansweb Solution Bhubaneswar

Leave A Reply

Your email address will not be published.