banner
Breaking

ଟେଷ୍ଟ ରାଙ୍କି°ରେ ଭାରତ ନମ୍ବର ୧

0

ନୂଆଦିଲ୍ଲୀ, ୧୩।୫: ଆଇସିସି ପକ୍ଷରୁ ଗୁରୁବାର ତାଜା ଟେଷ୍ଟ ଟିମ୍‌ ର଼୍ୟାଙ୍କିଂ ଜାରି କରାଯାଇଛି। ଏଥିରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲିଷ୍ଟ ଭାରତ ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଭାରତୀୟ ଟିମ୍‌କୁ ଗୋଟିଏ ରେଟିଂ ପଏଣ୍ଟ ମିଳିଥିଲା। ଫଳରେ ଏହାର ଅଙ୍କ ୧୨୧ ପଏଣ୍ଟ ହୋଇଛି। ସେହିଭଳି ନ୍ୟୁଜିଲାଣ୍ଡ ଟିମ୍‌ ଦୁଇ ରେଟିଂ ପଏଣ୍ଟ ସହ ୧୨୦ ପଏଣ୍ଟ ପାଇଛି।

ଗତବର୍ଷ ଭାରତ ଅଷ୍ଟ୍ରେଲିଆକୁ ୨-୧, ଇଂଲଣ୍ଡକୁ ୩-୧ରେ ପରାସ୍ତ କରିଥିଲା। ନ୍ୟୁଜିଲାଣ୍ଡ ମଧ୍ୟ ଓ୍ବେଷ୍ଟଇଣ୍ଡିଜ୍‌ ଏବଂ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ୨-୦ରେ ଜିତିଥିଲା। ଏହାପରେ ଦଳ ଟପ୍‌-୨ରେ ସାମିଲ ହୋଇଛି। ଏହି ତାଲିକାରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ପଛରେ ପକାଇ ତୃତୀୟ ସ୍ଥାନ ହାସଲ କରିଛି। ପାକିସ୍ତାନ ୩ ପଏଣ୍ଟ ହାସଲ କରି ପଞ୍ଚମ ସ୍ଥାନରେ, ୩ ପଏଣ୍ଟ ସହ ଓ୍ବେଷ୍ଟଇଣ୍ଡିଜ ୬ଷ୍ଠ, ୭ମରେ ଦକ୍ଷିଣ ଆଫ୍ରିକା, ୮ମରେ ଶ୍ରୀଲଙ୍କା, ୯ମରେ ବାଂଲାଦେଶ, ୧୦ମରେ ଜିମ୍ବାଓ୍ବେ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.