banner
Breaking

ଆରସିବିର ଜବରଦସ୍ତ ବିଜୟ

0

ମୁମ୍ବାଇ, ୧୪ା୪ – ଚେନ୍ନାଇ ପିଚ୍‌ରେ ୧୫୦ ରନ୍‌ର ପିଛା କରିବା ସହଜ ନୁହେଁ। ମଙ୍ଗଳବାର ଭଳି ବୁଧବାର ମଧ୍ୟ ସହଜ ଦେଖାଯାଉଥିବା ଟାର୍ଗେଟ ହାସଲ କରିପାରିଲା ନାହିଁ ଦ୍ୱିତୀୟ ବ୍ୟାଟିଂ କରୁଥିବା ଦଳ। ୧୩ ଓଭର ସୁଦ୍ଧା ଏକ ଉଇକେଟ ହରାଇ ୯୬ ରନ୍‌ କରିଥିବା ହାଇଦ୍ରାବାଦ୍‌ ଶେଷ ପର୍ଯ୍ୟନ୍ତ ଖେଳି ୧୪୨ ରନ୍‌ କରବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ସହ ବିରାଟ କୋହଲିଙ୍କ ଦଳ ୪ ପଏଣ୍ଟ ସହ ଅଙ୍କ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି।

୧୫୦ ରନ୍‌ର ଟାର୍ଗେଟ ନେଇ ଓହ୍ଲାଇଥିବା ସନରାଇଜର୍ସ ହାଇଦ୍ରାବାଦ ଦଳକୁ ଭଲ ଆରମ୍ଭ ଦେଇଥିଲେ ଡେଭିଡ୍‌ ଓ୍ବାର୍ନର (୫୪) ଓ ମନୀଷ ପାଣ୍ଡେ (୩୮)। ଦୁଇ ବ୍ୟାଟ୍ସମ୍ୟାନ ଯେତେବେଳ ପର୍ଯ୍ୟନ୍ତ କ୍ରିଜ୍‌ରେ ଥିଲେ, ଲାଗୁଥିଲା ହାଇଦ୍ରାବାଦ୍‌ ଅତି ସହଜରେ ଜିତିଯିବ। କିନ୍ତୁ ପୂରା ମ୍ୟାଚ୍‌ ବୁଲାଇ ଦେଇଥିଲା ଶାହବାଜ ଅହମ୍ମଦଙ୍କ ଓଭର। ଗୋଟିଏ ଓଭରରେ ୩ ଉଇକେଟ ନେଇ ହାଇଦ୍ରାବାଦ୍‌ ହାତରୁ ଛଡ଼ାଇ ଆଣିଥିଲା ମ୍ୟାଚ୍‌। ଏହାପରେ ଅନ୍ତିମ ଓଭରରେ ହର୍ଶଲ ପଟେଲ ନେଇଥିଲେ ଦୁଇଟି ଉଇକେଟ। ଆଉ ଜିତାଇ ଦେଇଥିଲେ ଆରସିବିକୁ।

ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ଅର୍ଦ୍ଧଶତକ ଆରସିବି ଛିଡ଼ା କରିଥିଲା ସମ୍ମାନଜନକ ଟାର୍ଗେଟ। ୪୧ ବଲର ସମ୍ମୁଖୀନ ହୋଇଥିବା ମ୍ୟାକ୍ସଓ୍ବେଲ ଖେଳିଥିଲେ ୫୯ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ। ତାଙ୍କ ପାଳିରେ ଥିଲା ୫ ଚୌକା ଓ ୩ ଛକା। କେବଳ ବିରାଟ କୋହଲି (୩୩)ଙ୍କୁ ଛାଡ଼ି ଦେଲେ ଫେଲ୍‌ ମାରିଥିଲେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ। ଫଳରେ ଆରସିବି ୨୦ ଓଭରରେ ୮ ଉଇକେଟ ହରାଇ ୧୪୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜାସନ ହୋଲ୍ଡର ୩ ଓ ରଶିଦ ଖାଁ ୨ ଉଇକେଟ ନେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.