banner
Breaking

ରୋମାଞ୍ଚକର ମ୍ୟାଚରେ କେକେଆର କୁ ହରାଇଲା ମୁମ୍ବାଇ।

0

ଚେନ୍ନାଇ, – ସୋମବାର ଭଳି ମଙ୍ଗଳବାର ମଧ୍ୟ ଆଇପିଏଲରେ ଦେଖିବାକୁ ମିଳିଥିଲା ରୋମାଞ୍ଚଭରା ମ୍ୟାଚ୍‌। ତେବେ ଏଥିରେ ଛକା ବର୍ଷା ନୁହେଁ ଉଇକେଟ ଝଡ଼ ଦେଖିବାକୁ ମିଳିଥିଲା। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୫୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। କେକେଆର ପାଇଁ ଆନ୍ଧ୍ରେ ରସେଲ ହାତେଇଥିଲେ ୫ ଉଇକେଟ ସଫଳତା। ଜବାବରେ ୧୨.୫ ଓଭର ସୁଦ୍ଧା କୋଲକାତା ୩ ଉଇକେଟ ହରାଇ ୧୦୪ ରନ୍‌ କରିଥିଲା। ବିଜୟ ନିଶ୍ଚିତ ଥିଲା। କିନ୍ତୁ ଏହାପରେ ଦେଖିବାକୁ ମିଳିଥିଲା କ୍ୟାପଟେନ ରୋହିତ ଶର୍ମାଙ୍କ ଯାଦୁ। ସ୍ପିନରଙ୍କ ୮ ଓଭର ଶେଷକୁ ରଖିଥିଲେ। ଏପରି କି ଦୀର୍ଘ ଦିନ ପରେ ବୋଲିଂ କରିଥିଲେ ରୋହିତ। ରାହୁଲ ଚହର (୪) ଓ କ୍ରୁନାଲ ପାଣ୍ଡ୍ୟାଙ୍କ ଯୋଡ଼ି ହାତେଇଥିଲେ ୫ ଉଇକେଟ। ତା’ଠୁ ବଡ଼ କଥା ହେଲା ସେମାନେ ୮ ଓଭରରେ ମାତ୍ର ୪୦ ରନ୍‌ ଖର୍ଚ୍ଚ କରିଥିଲେ।

ତାଙ୍କ ପରେ ଗୁରୁତ୍ୱପୂର୍ଣ୍ଣ ୧୭ତମ ଓଭରରେ ନୋ ବଲ ପକାଇଥିଲେ ଯଶପ୍ରୀତ ବୁମରା। ଫ୍ରି ହିଟ୍‌ରେ ଚୌକା ମାରିଲେ ରସେଲ। ଅନ୍ୟ ପଟେ ଅଭିଜ୍ଞ ଦୀନେଶ କାର୍ତ୍ତିକ ଥିଲେ। ୧୯ ତମ ଓଭରରେ ବୁମରାଙ୍କ ଘାତକ ବୋଲିଂ। ସେତେବେଳେ କେକେଆରକୁ ଆବଶ୍ୟକ ଥିଲା ୧୨ ବଲରେ ୧୯ ରନ୍‌। କିନ୍ତୁ ୪ ରନ୍‌ ଦେଇଥିଲେ ବୁମରା। ଆଉ ଟ୍ରେଣ୍ଟ ବୋଲ୍ଟ ଅନ୍ତିମ ଓଭରରେ ରସେଲଙ୍କୁ ଆଉଟ୍‌ କରି କେକେଆର ସବୁ ସମ୍ଭାବନାର ଶେଷ କରିଦେଇଥିଲେ। ଫଳରେ ୧୪୨/୭ ସ୍କୋରରେ ଅଟକି ଯାଇଥିଲା କୋଲକାତାର ଇନିଂସ।

Khansweb Solution Bhubaneswar

Leave A Reply

Your email address will not be published.