banner
Breaking

ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ ହେବେ ରିଷଭ।

0

ନୂଆଦିଲ୍ଲୀ, ୩୦।୩ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ନେବେ ରିଷଭ ପନ୍ତ। ୨୧ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ନିୟମିତ ଅଧିନାୟକ ଶ୍ରେୟାସ ଆୟାରଙ୍କ ଅନୁସ୍ଥିତିରେ ଏହି ଗୁରୁ ଦାୟିତ୍ୱ ସମ୍ଭାଳିବେ। ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଆୟାରଙ୍କ କାନ୍ଧରେ ଆଘାତ ଲାଗିଥିଲା।

ମୁଁ ଦିଲ୍ଲୀରେ ବଡ଼ ହୋଇଛି। ଆଉ ୬ ବର୍ଷ ତଳେ ଏଠାରେ ମୋ ଆଇପିଏଲ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଦଳର ନେତୃତ୍ୱ ନେବା ଲାଗି ମୁଁ ଦେଖିଥିବା ସ୍ବପ୍ନ ଏବେ ସତ ହୋଇଯାଇଛି। ମୋତେ ଏହି ଗୁରୁ ଦାୟିତ୍ୱ ପାଇଁ ଉପଯୁକ୍ତ ମନେ କରିଥିବାରୁ ମୁଁ ଫ୍ରାଞ୍ଚାଇଜର ମାଲିକଙ୍କ ନିକଟରେ କୃତଜ୍ଞତା ଜଣାଉଛି। ଦିଲ୍ଲୀ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ମୁଁ  ବ୍ୟଗ୍ର ବୋଲି ପନ୍ତ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.