banner
Breaking

ରଂଜନ ଜେନା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ। ମା ତାରିଣୀ ୟୁଥକ୍ଲବ ଚମ୍ପିୟାନ।

0

ଭୁବନେଶ୍ୱର : ନୀଳାଦ୍ରି ବିହାର ଦୁର୍ଗା ପଡିଆ ଠାରେ ଚାଲିଥିବା ରଂଜନ ଜେନା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ନିୟୁ ଷ୍ଟାରକୁ ହରାଇ ମା ତାରିଣୀ ୟୁଥକ୍ଲବ ଚମ୍ପିୟାନ ହୋଇଛି।

ପୂର୍ବତନ କର୍ପୋରେଟର ସ୍ବର୍ଗତ ର°ଜନ ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀଳାଦ୍ରି ବିହାର ଦୁର୍ଗା ପଡିଆ ଠାରେ ୧୩ ଓ ୧୪ ଦୁଇଦିନ ଧରି ଟେନିସ ବଲ ସଟ୍ ଗ୍ରାଉଣ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ସ୍ବର୍ଗତ ଜେନାଙ୍କ ଧର୍ମପତ୍ନୀ ରଶ୍ମୀରେଖା ଜେନାଙ୍କ(ରୋଜି) ନେତୃତ୍ୱରେ ଓ ଏସ୍ ଜି ଓ୍ବାଇ ସି ର ପୂର୍ଣ୍ଣ ସହଯୋଗରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଟିମ୍ ଯଥା ଏସ୍‌.ଏନ୍‌.ୱାରିୟର୍ସ, ସ୍ପାଟନ୍ ଷ୍ଟାଇକର୍ସ, ନିୟୁ ଷ୍ଟାର, କିଙ୍ଗସ ଅଫ ଚନ୍ଦ୍ରଶେଖରପୁର, ଫାଇନ୍ ନାଇନ୍‌, ଏସ୍‌.ଏସ୍‌.ଫାଇଟର, ଏମ୍‌.ଟି.ୱାଇ ସି ଓ କଲେଜ ୱାରିୟର୍ସ ଭାଗ ନେଇଥିଲେ।

୧୩ ତାରିଖରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଜଟଣୀ ବିଜେଡି ସଭାପତି ଶ୍ରୀଯୁକ୍ତ ବିଭୂତି ବଳବନ୍ତରାୟ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହିତ କହିଥିଲେ ଖେଳ ସମ୍ପର୍କ ଯୋଡିବାର ପ୍ରକୃଷ୍ଟ ମାଧ୍ୟମ। ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଆସୁଛନ୍ତି। ହକି ବିଶ୍ବକପ ଆୟୋଜନ କରି ଓଡିଶାକୁ ଆର୍ନ୍ତଜାତୀୟ ସ୍ତରରେ ପହଞ୍ଚାଇଛନ୍ତି।ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଆନନ୍ଦ ପଟ୍ଟନାୟକ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ସ୍ବର୍ଣ୍ଣପ୍ରଭା ରାୟ , ସୌଭାଗ୍ୟ ବାରିକ ଓ ସମାଜସେବୀ କାଳିଚରଣ ସିଂ ପ୍ରମୁଖ ଯୋଗଦେଇଥିଲେ। ଶ୍ରୀଯୁକ୍ତ ବଳବନ୍ତରାୟ ଟସ୍ ପକାଇ ଖେଳ ଆରମ୍ଭ କରିଥିଲେ। ୧୩ ତାରିଖ ଦିନ ଆଠଟି ଟିମ୍ ମଧ୍ୟରେ ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

୧୪ ତାରିଖ ଦିନ କ୍ବାର୍ଟର ଫାଇନାଲ, ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚ ମା ତାରିଣୀ ୟୁଥକ୍ଲବ ଓ ନିୟୁ ଷ୍ଟାର ମଧ୍ୟରେ ହୋଇଥିଲା। ଏଥିରେ ପ୍ରଥମେ ମା ତାରିଣୀ ୟୁଥକ୍ଲବ ବ୍ୟାଟିଂ କରି ୬ ଓଭରରେ ୪୨ ରନ୍ କରିଥିଲା ଜବାବରେ ନିୟୁ ଷ୍ଟାର ୬ ଓଭରରେ ୩୪ ରନ କରିବାକୁ ସମର୍ଥ ହୋଇଥିଲା। ଫଳରେ ମା ତାରିଣୀ ୟୁଥକ୍ଲବ ୮ ରନରେ ମ୍ୟାଚ ଜିତି ଚମ୍ପିୟାନ ହୋଇଥିଲା।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ସମ୍ପାଦକ ସୁବାଷ ପାତ୍ର , ସମ୍ମାନିତ ଅତିଥି ରୂପେ ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ , ନୀଳାଦ୍ରି ବିହାର ଆବାସିକ ସଙ୍ଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ମନମୋହନ ପଟ୍ଟନାୟକ , ଜଟଣୀ ଯୁବ ବିଜେଡି ସଭାପତି ପ୍ରମୁଖ ଯୋଗଦେଇ ବିଜୟୀ ଟିମକୁ ଟ୍ରଫ ସହ ୨୦ ହଜାର ଟଙ୍କା ଓ ରନର୍ସ ଅଫ ଟିମକୁ ଟ୍ରଫି ସହ ୧୫ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ବହୁ ରୋମାଞ୍ଚକର ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.