banner
Breaking

୧୨ବଲରେ ୧ରନ୍ କରି ୨ଓ୍ବିକେଟ ହରାଇ ହାରିଲା ଦକ୍ଷିଣ ଆଫ୍ରିକା। ଭାରତର କ୍ଲିନ ସୁଇପ୍

0

ରାଞ୍ଚି,୨୨।୧୦: ଆଉ ଏକ ବୃହତ ବିଜୟ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ। ଝାଡଖଣ୍ଡ କ୍ରିକେଟ ଆସୋସିଏସନ (ଜେଏସସିଏ) ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟେଷ୍ଟର ଚତୁର୍ଥ ଦିବସରେ ଭାରତ ଭ୍ରମଣକାରୀ ଦଳକୁ ଇନିଂଶ ଏବଂ ୨୦୨ ରନ୍‌ ପରାସ୍ତ କରିଛି। ଫଳରେ ଦକ୍ଷିଣ ଆଫ୍ରିକା କ୍ରମାଗତ ଇନିଂସ ପରାଜୟ ଭୋଗିଛି। ଭାରତର ପ୍ରଥମ ଇନିଂଶ ୪୯୭/୯ ରନ ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୬୨ ରନ କରି ଅଲଆଉଟ ହୋଇଛି। ଟିମ ଇଣ୍ଡିଆ କ୍ୟାପଟେନ କୋହଲି ପୁଣି ବ୍ୟାଟିଂ ନକରି ଦକ୍ଷିଣ ଆଫ୍ରିକାକୁ ଫଲୋଅନ ଦେଇଥିଲେ। ଦ୍ୱିତୀୟ ଇନିଂସରେ ମଧ୍ୟ ଦକ୍ଷିଣ ଆଫ୍ରିକା ସମଦଶା ଭୋଗିଛି ଏବଂ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୮ ଉଇକେଟ ବିନିମୟରେ ୧୩୨ ରନ କରି ନିଶ୍ଚିତ ପରାଜୟ ନିକଟତର ହୋଇଥିଲା। ଚତୁର୍ଥ ଦିନରେ ଭାରତକୁ ମ୍ୟାଚ ଜିତିବା ପାଇଁ ୨ ଉଇକେଟ ଆବଶ୍ୟକ ଥିଲା। ମାତ୍ର ୧୨ଟି ବଲ୍‌ ଭିତରେ ଦକ୍ଷିଣ ଆଫ୍ରିକା ମାତ୍ର ୧ ରନ୍‌ ଯୋଡି ୨ ଉଇକେଟ ହରାଇଥିଲା। ଫଳରେ ଭାରତ ସିରିଜକୁ ୩-୦ରେ କ୍ଲିନସୁଇପ କରିଛି।

Khansweb Solution Bhubaneswar

Leave A Reply

Your email address will not be published.