banner
Breaking

୧୩ରୁ ରଞ୍ଜନ ଜେନା ମେମୋରିୟାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।

0

ଭୁବନେଶ୍ୱର : ନୀଳାଦ୍ରି ବିହାର ଦୁର୍ଗାପଡିଆ ଠାରେ ପୂର୍ବତନ କର୍ପୋରେଟର ସ୍ୱର୍ଗତ ରଞ୍ଜନ କୁମାର ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା ୧୩ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ରଞ୍ଜନ ଜେନା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହାକୁ ଚନ୍ଦ୍ରଶେଖରପୁର ପ୍ରିମିୟର ଲିଗ୍ ଭାବରେ ନାମକରଣ କରାଯାଇଛି ।

ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଲାମ ଡକା ଯାଇଥିଲା । ଏଥିରେ ଚନ୍ଦ୍ରଶେଖରପୁର ଅଂଚଳର ବିଡିଏ, ହାଉସିଂବୋର୍ଡ, ନୀଳାଦ୍ରି ବିହାର, ଶୈଳଶ୍ରୀ ବିହାର କଲୋନୀ ଓ ଡମଣାର ବଛାବଛା ୧୧୦ ଜଣ କ୍ରିକେଟ ଖେଳାଳୀ ଭାଗ ନେଇଥିଲେ । ସେଥିମଧ୍ୟରୁ ୮୦ ଜଣ ନିଲାମ ହୋଇଥିଲେ । ଏହି ପ୍ରିମିୟର ଲିଗ୍‌ରେ ୮ଟି ଦଳ ଯାଥା ଏସ୍‌.ଏନ୍‌.ୱାରିୟର୍ସ, ସ୍ପାଟନ୍ ଷ୍ଟାଇକର୍ସ, ନିୟୁଷ୍ଟାର, କିଙ୍ଗ ଚନ୍ଦ୍ରଶେଖରପୁର, ଫାଇନ୍ ନାଇନ୍‌, ଏସ୍‌.ଏସ୍‌.ଫାଇଟର, ଏମ୍‌.ଟି.ୱାଇସି ଓ କଲେଜ ୱାରିୟର୍ସର ୱନର ମାନେ ୮୦ ଜଣଙ୍କୁ କିଣିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୧୩ ଓ ୧୪ ଦୁଇଦିନ ଧରି ଅନୁଷ୍ଠିତ ହେବ । ପ୍ରକାଶ ଥାଉକି ନୀଳାଦ୍ରି ବିହାର ଅଂଚଳର ପୂର୍ବତନ କର୍ପୋରେଟର ସ୍ୱର୍ଗତ ରଂଜନ କୁମାର ଜେନା ଜଣେ ମେଳାପୀ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.