banner
Breaking

ପ୍ରଥମ ଟି ୨୦ ଜିତିଲା ଭାରତ।

0

କାନବେରା, ୪।୧୨- ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିବା ଭାରତୀୟ ଦଳ ବିଜୟ ସହ ଟି୨୦ ସିରିଜ୍‌ ଆରମ୍ଭ କରିଛି। ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌କୁ ୧୧ ରନ୍‌ରେ ଜିତି ନେଇଛି ଭାରତୀୟ ଦଳ। ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ ବ୍ୟବଧାନର ଅଗ୍ରଣୀ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପୁରା ୨୦ ଓଭରରେ ୭ ଉଇକେଟରେ ୧୬୧ ରନ୍‌ କରିଥିଲା। ଦଳ ପାଇଁ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ଓପନର ଲୋକେଶ ରାହୁଲ । ସେ ୪୦ ବଲରେ ୫ ଚୌକା ଓ ଗୋଟେ ଛକା ବଳରେ ୫୧ ରନ କରିଥିଲେ। ତାଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ୪୪ (୫ ଚୌକା ଓ ଗୋଟେ ଛକା), ସଞ୍ଜୁ ସାମସନ ୨୩ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୬ ରନ୍‌ କରିଥିଲେ। ଏମାନଙ୍କ ବ୍ୟତୀତ ଦୁଇ ଅଙ୍କ ସ୍କୋର ଛୁଇଁବାରେ ବିଫଳ ହୋଇଥିଲେ ଅନ୍ୟ ସମସ୍ତ ଖେଳାଳି। ଘରୋଇ ଦଳ ପାଇଁ ମୋଇସେସ୍‌ ହେନରିକ୍ସ ୩ ଓ ମିଚେଲ ଷ୍ଟାର୍କ ୨ ଉଇକେଟ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ଦଳକୁ ଭଲ ଆରମ୍ଭ ଦେଇଥିଲେ ଡାର୍ସି ଶର୍ଟ ଓ ଅଧିନାୟକ ଆରୋନ ଫିଞ୍ଚଙ୍କ ଓପନିଂ ଯୋଡ଼ି । ଦୁହେଁ ପ୍ରଥମ ଉଇକେଟରେ ଦଳ ଲାଗି ଯୋଡ଼ିଥିଲେ ୫୬ ରନ୍‌ । ଏହାପରେ ୟୁଜବେନ୍ଦ୍ର ଚହଲ ଓ ଟି. ନଟରାଜନଙ୍କ ଘାତକ ବୋଲିଂର ସାମ୍ନା କରିପାରି ନ ଥିଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ। ଫଳରେ ଘରୋଇ ଦଳ ୭ ଉଇକେଟ ହରାଇ ୧୫୧ ରନ୍‌ କରିବାକୁ ସକ୍ଷମ ହୋଇଛି। ବିଜୟୀ ଦଳ ପକ୍ଷରୁ ନଟରାଜନ ଓ ଚହଲ ୩ ଲେଖାଏ ଉଇକେଟ ହାତେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.