banner
Breaking

ଆଇସିସି ଦିନିକିଆ ମାନ୍ୟତାରେ ପ୍ରଥମରେ ବିରାଟ,ଦ୍ବିତୀୟରେ ରୋହିତ।

0

ଦୁବାଇ, ୧୭/ ୦୯: ଗୁରୁବାର ପ୍ରକାଶ ପାଇଛି ଆଇସିସି ଦିନିକିଆ ମାନ୍ୟତା ତାଲିକା। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପରେ ଆଇସିସି ପ୍ରକାଶ କରିଛି ଦିନିକିଆ ମାନ୍ୟତା। ସଦ୍ୟ ପ୍ରକାଶିତ ତାଲିକାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଶ୍ରେଷ୍ଠ ଦିନିକିଆ ବ୍ୟାଟସ୍‌ମ୍ୟାନ୍‌ ହୋଇଥିବା ବେଳେ ୨ୟରେ ଭାତତର ରୋହିତ ଶର୍ମା ଅଛନ୍ତି। ବିରାଟ କୋହଲି ୮୭୧ ପଏଣ୍ଟ ପାଇଥିବା ବେଳେ ରୋହିତ ଶର୍ମା ୮୫୫ ପଏଣ୍ଟ ପାଇଛନ୍ତି। ସେହିପରି ୮୨୯ ପଏଣ୍ଟ ସହ ପାକିସ୍ତାନର ବାବର ଆଜାମ ୩ୟରେ, ନ୍ୟଜିଲାଣ୍ଡର ରସ୍‌ ଟେଲର ୮୧୮ ପଏଣ୍ଟ ସହ ୪ର୍ଥ ସ୍ଥାନରେ ଥିବାବେଳେ ସାଉଥ ଆଫ୍ରିକାର ଫାପ୍‌ ଡୁ ପ୍ଲେସିସ୍‌ ୭୯୦ ପଏଣ୍ଟ ସହ ୫ମ ସ୍ଥାନରେ ଅଛନ୍ତି। ୭୬୫ ପଏଣ୍ଟ ସହ କେନ୍‌ ଉଇଲମସନ୍‌ ୬ଷ୍ଠ, ଆରୋନ୍‌ ଫିଞ୍ଚ ୭୬୨ ପଏଣ୍ଟ ସହ ୭ମ, ୭୫୯ ପଏଣ୍ଟ ସହ ଡେଭିଡ ଓ୍ବାର୍ନର ନବମ ସ୍ଥାନରେ ଥିବା ବେଳେ ଇଂଲଣ୍ଡ-ଅଷ୍ଟ୍ରେଲିଆ ସିରିଜରେ ଦମଦାର ଖେଳ ପ୍ରଦର୍ଶନ କରିବଥିବା ଜନି ବେୟାରଷ୍ଟୋ ୧୦ମ ସ୍ଥାନରେ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.