banner
Breaking

ତୃତୀୟ ଦିନିକିଆରେ ଭାରତର ୨୯୬ ରନ। ରାହୁଲଙ୍କ ଦମଦାର ଶତକ

0

ମାଉଣ୍ଟ ମଙ୍ଗୁନୁଇ,୧୧।୨- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୨୯୭ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୯୬ ରନ୍‌ କରିଛି। ଦଳ ପାଇଁ ଲୋକେଶ ରାହୁଲ ୧୧୨, ଶେୟାସ ଆୟାର ୬୨, ମନୀଷ ପାଣ୍ଡେ ୪୨ ଓ ପୃଥ୍ବୀ ଶ ୪୦ ରନ୍‌ କରିଥିଲେ। ଘରୋଇ ନ୍ୟୁଜିଲାଣ୍ଡ ପକ୍ଷରୁ ବୋଲିଂରେ ହାମିଶ ବେନ୍ନେଟ ୪ ଉଇକେଟ ନେଇଥିବାବେଳେ କାଇଲ ଜାମିସନ ଓ ଜେମ୍ସ ନିଶାମ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.