banner
Breaking

ଜାହିର ଖାନଙ୍କୁ ପଦ୍ମଶ୍ରୀ ପୁରସ୍କାର।

0

ନୂଆଦିଲ୍ଲୀ,:- ପୂର୍ବତନ ଭାରତୀୟ ପେସର ଜାହିର ଖାନଙ୍କୁ ରବିବାର ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ଭୂଷିତ କରାଯାଇଛି। ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଦେଶର ସବୁଠୁ ସଫଳତମ ବାମହାତୀ ବୋଲର। ସେ ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେହି ସଂସ୍କରଣରେ ଜାହିର ମିଳିତ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ହେବାର ସଫଳତା ମଧ୍ୟ ପାଇଥିଲେ। ଟେଷ୍ଟରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ପେସରଙ୍କ ମଧ୍ୟରେ ଜାହିର (୩୧୧ ଉଇକେଟ) କେବଳ କପିଳ ଦେବଙ୍କ ପଛକୁ ରହିଛନ୍ତି। ସେହିଭଳି ଦିନିକିଆରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ମଧ୍ୟରେ ସେ ୨୮୨ ଉଇକେଟ ସହ ୪ର୍ଥ ସ୍ଥାନରେ ରହିଛନ୍ତି। ୨୦୦୦ରେ ପଦାର୍ପଣ କରିବା ପରେ ଦୀର୍ଘ ୧୩ ବର୍ଷ ଧରି ଦିନିକିଆ ଓ ଟେଷ୍ଟ ଫର୍ମାଟ୍‌ରେ ସେ ଜାତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇ ରହିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.