banner
Breaking

ପ୍ରଥମ ଟି୨୦ ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ।

0

ଅକ୍‌ଲାଣ୍ଡ,(ବ୍ୟୁରୋ) : ଭାରତ ଓ ନ୍ୟଜିଲାଣ୍ଡ ମଧ୍ୟରେ ଶୁକ୍ରବାର ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ଖେଳାଯାଇଥିବା ପାଞ୍ଚଟିକିଆ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଘରୋଇ ଦଳକୁ ୬ୱିକେଟରେ ପରାସ୍ତ  କରିଛି। ପ୍ରଥମେ ଟସ୍ ଜିତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ ରଖିଥିବା ୨୦୪ରନର ବିଜୟ ଲକ୍ଷ୍ୟକୁ ଟିମ ଇଣ୍ଡିଆ ମାତ୍ର ୪ୱିକେଟ ହରାଇ ୬ଟି ବଲ ବାକି ଥାଇ ହାସଲ କରିନେଇଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି।

ଭାରତ ବିଜୟରେ ଶ୍ରେୟସ୍ ଆୟରଙ୍କ ନିର୍ଣ୍ଣାୟକ ଭୂମିକା ରହିଛି। ସେ ମାତ୍ର ୨୭ ବଲରୁ ଅପରାଜିତ ୫୪ (୫ ଚୌକା, ୩ ଛକା) ରନର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି।  ସେହିଭଳି ଓପନର କେଏଲ ରାହୁଲ ୫୬ (୨୭ ବଲ୍‌, ୪ ଚୌକା, ୩ ଛକା) ଏବଂ ଅଧିନାୟକ ବିରାଟ କୋହଲି ୪୫ ରନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.