banner
Breaking

ବର୍ଷା ପାଇଁ ବାତିଲ ହେଲା ମ୍ୟାଚ।

0

କଟକ, ୪ା୧(ଓଡ଼ିଆ ନ୍ୟୁଜ): ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ପ୍ରଥମ ମ୍ୟାଚ ବାତିଲ ହୋଇଥିବା ସୂଚନା ମିଳିଛି । ଅନିଶ୍ଚିତତା ମଧ୍ୟରେ ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଆଜି ପ୍ରଥମ ମ୍ୟାଚ ଥିଲା । ଟ୍ରାପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି । ବର୍ଷା ହେବା କାରଣରୁ ପଡ଼ିଆ ଓଦା ଏବଂ ପାଗ ଖରାପ ଥିବାରୁ ମ୍ୟାଚ ହୋଇପାରିଲା ନାହିଁ । ବାରବାଟୀ ଷ୍ଟାଡ଼ିଅମରେ ଭାରତ-ଏ ଓ ବି ଟିମର ଖେଳାଳି ଆଜି ଏହି ମ୍ୟାଚ ପାଇଁ ଉପସ୍ଥିତ ରହିଥିଲେ । ଜାନୁଆରି ୧୦ଯାଏ ବାରବାଟୀରେ ଖେଳାଯିବ ଚ୍ୟାଲେଞ୍ଜର ଟ୍ରଫି ମ୍ୟାଚ ।

Khansweb Solution Bhubaneswar

Leave A Reply

Your email address will not be published.