banner
Breaking

ଓଡିଶାରେ ପହଞ୍ଚିଲେ ଉଭୟ କ୍ରିକେଟ ଟିମ୍। ବାରବାଟୀ ମ୍ୟାଚ ପାଇଁ କଡା ସୁରକ୍ଷା-ଅନୁପ ସାହୁ। ଚାଲିଛି ଟିକେଟ ବିକ୍ରି।

0

ଭୁବେନଶ୍ୱର,୧୯।୧୨(ଓଡ଼ିଆ ନ୍ୟୁଜ) ଭାରତୀୟ ଦଳ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ୍‌ ଆସନ୍ତା ୨୨ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏନେଇ ଉଭୟ ଦଳର ଖେଳାଳିମାନେ ଗୁରୁବାର ଅପରାହ୍ନ ୧୨.୫୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେମାନଙ୍କୁ ମେ ଫେୟାର ହୋଟେଲକୁ କଡ଼ା ସୁରକ୍ଷା ବଳୟ ଭିତରେ ନିଆଯାଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ଉଭୟ ଦଳକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି।

ଖେଳାଳିଙ୍କ ସୁରକ୍ଷା ନେଇ ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ସୁରକ୍ଷା ପାଇଁ ୨୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଖେଳାଳିଙ୍କ ସ୍ୱତନ୍ତ୍ର କାର୍କେଡ଼ରେ ଷ୍ଟାଡ଼ିଅମକୁ ନିଆଯିବ । ଟ୍ରାଫିକ ପରିଚାଳନାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଆବଶ୍ୟକ ପଡ଼ିଲେ ଘରୋଇ ନିରାପତ୍ତା ଯୋଗାଯିବ ବୋଲି ଡିସିପି କହିଛନ୍ତି ।

ଅନ୍ୟପଟେ ବାରବାଟୀ ମ୍ୟାଚ୍ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି । ଧାଡିରେ ଠିଆ ହୋଇ ଟିକେଟ୍ ନେଉଛନ୍ତି ଶହ ଶହ କ୍ରିକେଟ୍ ପ୍ରେମୀ । ୧୨ଟି କାଉଣ୍ଟରରେ ୧୦ ହଜାର ୩୯ଟି ଟିକେଟ୍ ବିକ୍ରି ହେବ । ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ ନେଇପାରିବେ ।

Khansweb Solution Bhubaneswar

Leave A Reply

Your email address will not be published.