banner
Breaking

ହାଇଦ୍ରାବାଦକୁ ହରାଇଲା ଦିଲ୍ଲୀ

0

ହାଇଦ୍ରାବାଦ : ଆଇପିଏଲର ୩୪ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଅକ୍ଷର ପଟେଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ(୩୪ ରନ୍‌ ଓ ୨ ଉଇକେଟ) ବଳରେ ଚଳିତ ସିଜନର ଦ୍ୱିତୀୟ ବିଜୟ ହାସଲ କରିଛି ଦିଲ୍ଲୀ। ପ୍ରଥମେ ବ୍ୟାଟିଂ କରି କ୍ୟାପିଟାଲ୍ସ ୯ ଉଇକେଟ ହରାଇ ୧୪୪ ରନ୍‌ କରଥିବା ବେଳେ ସନରାଇଜର୍ସ ୨୦ ଓଭରରେ ୬ ଉଇକେଟ ହରାଇ ୧୩୭ ରନ୍‌ କରିଥିଲା। ଅନ୍ତିମ ଓଭରରେ ବିଜୟ ପାଇଁ ୧୩ ରନ୍‌ ଆବଶ୍ୟକ ଥିବା ବେଳେ ସନରାଇଜର୍ସ ମାତ୍ର ୫ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ ନେଇଥିଲା। ଫିଲ୍‌ ସଲ୍ଟ ଓ ଡେଭିଡ୍‌ ଓ୍ବାର୍ନର ଇନିଂସ ଓପନ କରିଥିଲେ। ସଲ୍ଟ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଡେଭିଡ ଓ୍ବାର୍ନର (୨୧) ଓ ମିଚେଲ ମାର୍ଶ(୨୫ ରନ୍‌)ଙ୍କ ମଧ୍ୟରେ ୩୮ ରନ୍‌ର ଭାଗୀଦାରି ହୋଇଥିଲା। ୬୨ ରନ୍‌ରେ ଦଳ ୫ ଉଇକେଟ ହରାଇଥିବା ବେଳେ ଟପ୍‌ ସ୍କୋରର ରହିଥିବା ମନୀଷ ପାଣ୍ଡେ ଓ ଅକ୍ଷର ପଟେଲ ୬୯ ରନ୍‌ ଯୋଡିଥିଲେ। ଉଭୟ ଖେଳାଳି ୩୪ ରନ୍‌ ଲେଖାଏ ସ୍କୋର କରିଥିଲେ। ଉଭୟ ଖେଳାଳି ମାତ୍ର ୩ ବଲ୍‌ ବ୍ୟବଧାନରେ ଆଉଟ ହେବା ସହ କ୍ୟାପିଟାଲ୍ସର ସ୍କୋରିଂ ହାର ଧୀମେଇ ଯାଇଥିଲା। ଦଳର ୩ ଜଣ ବ୍ୟାଟର ରନ୍‌ ଆଉଟ ହୋଇଥିଲେ। ଓ୍ବାଶିଂଟନ୍‌ ସୁନ୍ଦର ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ଭୁବନେଶ୍ୱର ୨ ଓ ଟି ନଟରାଜନ ଗୋଟିଏ ଉଇକେଟ ନେଇଥିଲେ।
୧୪୫ ରନ୍‌ ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦ ପକ୍ଷରୁ ଓପନର ମୟଙ୍କ ଅଗ୍ରଓ୍ବାଲ ସର୍ବାଧିକ ୪୯ ରନ୍‌ କରିଥିଲେ। ଏକଦା ୬୯/୧ ରହିଥିବା ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୮୫ ରନ୍‌ରେ ୫ ଉଇକେଟ ହରାଇଥିଲା। ତେବେ ହେନରିଚ୍‌ କ୍ଲାସେନ୍‌ (୩୧) ଓ ଓ୍ବାଶିଂଟନ୍‌ ସୁନ୍ଦର ଅପରାଜିତ ୨୪ ରନ୍‌ କରିବା ସହ ଷଷ୍ଠ ଉଇକେଟରେ ୪୧ ରନ୍‌ ଯୋଡି ବିଜୟ ଆଶ ସଞ୍ଚାର କରିଥିଲେ। ତେବେ ୧୯ ତମ ଓଭରରେ ବଡ ଶଟ୍‌ ଖେଳିବାକୁ ଯାଇ କ୍ଲାସେନ୍‌ ଆଉଟ ହେବା ପରେ ହାଇଦ୍ରାବାଦ ଜିତି ପାରି ନ ଥିଲା।

Khansweb Solution Bhubaneswar

Leave A Reply

Your email address will not be published.