banner
Breaking

ଗୋଟିଏ ଇନି°ସ ଓ ୧୩୨ ଧନରେ ଜିତିଲା ଭାରତ

0

ନାଗପୁର,୧୧।୨ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗୋଟିଏ ଇନି°ସ ଓ ୧୩୨ ରନରେ ଟିମ୍‌ ଇଣ୍ଡିଆ ଜିତିଛି। ଏହି ବିଜୟ ସହିତ ଭାରତ ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି।

ନାଗପୁରର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୭୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୪୦୦ ରନ ସଂଗ୍ରହ କରି ୨୨୩ ରନ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ଦଳ ମାତ୍ର ୯୧ ରନ ସଂଗ୍ରହ କରିଥିଲା। ଫଳରେ ଭାରତ ଇନିଂସ ସହିତ ୧୩୨ ରନ୍‌ରେ ମ୍ୟାଚ ହାତେଇ ନେଇଥିଲା।

ଭାରତ ପାଇଁ ଏହି ମ୍ୟାଚର ହିରୋ ଥିଲେ ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନ। ଜାଡେଜା ୭୦ ରନ ନେଇ ସାତୋଟି ୱିକେଟ ନେଇଥିଲେ। ଏଥିସହ ଅଶ୍ୱିନ ୨୩ ରନ ଦେଇ ଆଠଟି ୱିକେଟ ନେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.