banner
Breaking

ଶର୍ଟଲିଷ୍ଟରେ ଓଡ଼ିଶାରୁ ୬ ଜଣ ଖେଳାଳି

0

ଭୁବନେଶ୍ୱର, ୭।୨: ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ନିଲାମ ପାଇଁ ଶର୍ଟଲିଷ୍ଟ ହୋଇଛନ୍ତି ୪୦୯ ଖେଳାଳି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୬ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ମାଧୁରୀ ମେହେଟା, ରସନାରା ପରବିନ, ସୁଶ୍ରୀ ଦିବ୍ୟଦର୍ଶିନୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ସୁଜାତା ମଲିକ ଓ ଏସ୍‌.ବି. ଲୋରେନ୍ସ। ଏମାନଙ୍କ ମଧ୍ୟରୁ ରସନାରା ଓ ମାଧୁରୀଙ୍କ ବେସ୍‌ ପ୍ରାଇସ ୩୦ ଲକ୍ଷ ଟଙ୍କା ରହିଛି। ଏହା ବ୍ୟତୀତ ସୁଜାତା ମଲିକଙ୍କର ୨୦ ଲକ୍ଷ ଏବଂ ସୁଶ୍ରୀ, ପ୍ରିୟଙ୍କା ଓ ଲୋରେନ୍ସଙ୍କର ବେସ୍‌ ପ୍ରାଇସ୍‌ ୧୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି।

ପ୍ରକାଶ ଯେ, ଡବ୍ଲ୍ୟୁପିଏଲ୍‌ର ପ୍ରଥମ ସଂସ୍କରଣ ମାର୍ଚ୍ଚ ୪ରୁ ୨୬ ଯାଏ ଖେଳାଯିବ। ଏଥିଲାଗି ୫ ଫ୍ରାଞ୍ଚାଇଜିର ନାମ ଘୋଷଣା ସରିଥିବା ବେଳେ ଫେବୃୟାରୀ ୧୩ ତାରିଖରୁ ଖେଳାଳିଙ୍କ ନିଲାମୀ ଆରମ୍ଭ ହେବ। ୯୦ଟି ସ୍ଲଟ୍‌ ପାଇଁ ଏହି ନିଲାମୀ ହେଉଥିବା ବେଳେ ୪୦୯ ଜଣ ଖେଳାଳି ଆବେଦନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.