banner
Breaking

ମା କାଳୀ କୁ ହରାଇ ସହିଦନଗର ଚମ୍ପିୟାନ। ଅଜିତ ମେମୋରୀଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।

0

ଭୁବନେଶ୍ୱର,୧୬/୧୨(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁରର ବିଡିଏ କଲୋନୀ ଠାରେ ଅନୁଷ୍ଠିତ ଅଜିତ ମେମୋରୀଆଲ ଦିବାରାତ୍ର ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ବରଗଡ ମା କାଳୀ କ୍ରିକେଟ ଟିମକୁ ହରାଇ ସହିଦନଗର ଚମ୍ପିୟାନ ହୋଇଛି।

ବିଡିଏ ୟୁଥକ୍ଲବ ପକ୍ଷରୁ ଶନିବାର ଠାରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ବ୍ୟାଟିଂ କରି ଉଦଘାଟନ କରିଥିଲେ।ଏହା ଦୁଇଦିନ ଧରି ଚାଲିଥିଲା। ଏଥିରେ କଟକ-ଭୁବନେଶ୍ୱରର ସୋହଳଟି ଟିମ ଅ°ଶଗ୍ରହଣ କରିଥିଲେ। ଲିଗ,କ୍ବାର୍ଟର, ପରେ ଆଜି ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯାଇଥିଲା।

ଏଥିରେ ମା କାଳୀ କ୍ରିକେଟ ଟିମ ବରଗଡକୁ ହରାଇ ସହିଦନଗର କ୍ରିକେଟ ଟିମ ଚମ୍ପିୟାନ ହୋଇଥିଲା। ଉଦଯାପନୀ ଉତ୍ସବରେ ଅତିଥି ଭାବରେ ଆଇନଜୀବୀ ସୁକାନ୍ତ ପରିଡ଼ା, ପୁର୍ବତନ କର୍ପୋରେଟର ସୌଭାଗ୍ୟ ବାରିକ ଓ ସୁରେଶ ମହାପାତ୍ର ପ୍ରମୁଖ ଯୋଗଦେଇ ଚମ୍ପିୟାନ ଦଳକୁ ଟ୍ରଫି ସହ କୋଡ଼ିଏ ହଜାର ଟଙ୍କା ଏବଂ ରନର୍ସଅଫ ଦଳକୁ ବାର ହଜାର ଟଙ୍କା ପ୍ରଦାନ କରିଥିଲେ। କାଳିଆ ମ୍ୟାନ ଅଫ ଦ ସିରିଜ, ଭିକି ମ୍ୟାନ ଅଫ ଦ ମ୍ୟାଚ ଓ ହାପିଙ୍କୁ ବେଷ୍ଟ ଫିଲଡର ଭାବେ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ବିଦ୍ୟାଧର ବାରିକ(ମଧୁ),ଅର୍ଜୁନ ସାହୁ, ଗୌରୀ ପ୍ରସାଦ ମହାନ୍ତି, ସତ୍ୟଜିତ ରାଉତ,ଟୁଲୁ ପାତ୍ର,ସୁନୀଲ ନାୟକ ଓ ସୁକାନ୍ତ ରାଉତଙ୍କୁ ସମ୍ମାନୀତ କରାଯାଇଥିଲା। ଏହାକୁ ଧନୁର୍ଜୟ ପାଣିଗ୍ରାହୀ ଓ ୟୁଥକ୍ଲବ ର ସମସ୍ତ ସଭ୍ୟ ପରିଚାଳନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.