banner
Breaking

ଦ୍ବିତୀୟ ମ୍ୟାଚ ଜିତି ସିରିଜ ବରାବର କଲା ଭାରତ

0

ଲକ୍ଷ୍ନୌ : ଲକ୍ଷ୍ନୌ ଏକନା କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୬ ଉଇକେଟରେ ବିଜୟୀ ହୋଇଛି। ଫଳରେ ଭାରତ ୧-୧ରେ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ସ୍ପିନରଙ୍କ ମୁକାବିଲା କରି ନ ପାରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୮ ଉଇକେଟ ହରାଇ ୯୯ ରନ୍‌ କରିଥିଲା। ଫଳରେ ଭାରତ ଆଗରେ ୧୦୦ ରନ୍‌ର ଟାର୍ଗେଟ ରଖିଥିଲା ନ୍ୟୁଜିଲାଣ୍ଡ।

ଅନ୍ୟପକ୍ଷେ ପିଚ୍‌ରେ ବଲ୍‌ ତଳୁଆ ରହୁଥିବା ବେଳେ ସ୍ପିନରଙ୍କ ଘାତକ ବୋଲିଂ ଯୋଗୁ ଭାରତକୁ ରନ୍‌ ଚେଜ୍‌ କରିବା ସହଜ ନ ଥିଲା। ୧୦୦ ରନ୍‌ର ପିଛା କରୁଥିବା ଦଳ ଭାରତର ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୨୬* ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଶାନ କିଶନ୍‌ ୧୯, ହାର୍ଦ୍ଦିକ୍‌ ପାଣ୍ଡ୍ୟା ୧୫* ଓ ରାହୁଲ ତ୍ରିପାଠୀ ୧୩ ରନ୍‌ କରିଥିଲେ। ଫଳରେ ଭାରତ ୧୯.୫ ଓଭରରେ ୪ ଉଇକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା। ସିରିଜ ୧-୧ରେ ରହିଥିବା ବେଳେ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ବୁଧବାର ସିରିଜର ଅନ୍ତିମ ମ୍ୟାଚ ଖେଳାଯିବ।

Khansweb Solution Bhubaneswar

Leave A Reply

Your email address will not be published.