banner
Breaking

ବିଶ୍ବକପ୍ ଜିତିଲା ଭାରତ ମହିଳା ଦଳ(୧୯)

0

ପୋଶ୍ଚେଫଷ୍ଟ୍ରୁମ୍‌,୨୯।୧: ଭାରତ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ୨୦୨୩ ଟାଇଟଲ ହାସଲ କରିଛି। ଶେଫାଳି ବର୍ମାଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ଫାଇନାଲରେ ଇଂଲଣ୍ଡକୁ ୭ ଉଇକେଟରେ ପରାସ୍ତ କରିଛି। ଟିମ ଇଣ୍ଡିଆ ଏହି ବିଶ୍ୱକପର ପ୍ରଥମ ସଂସ୍କରଣ ଜିତି ଇତିହାସ ସୃଷ୍ଟି କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଭାରତ ସମ୍ମୁଖରେ ୬୯ ରନ ସଂଗ୍ରହ କରିଥିଲା ଏବଂ ଟିମ ଇଣ୍ଡିଆ ୩ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା।
ଶେଫାଳି ଭର୍ମା, ରିଚା ଘୋଷ ଏବଂ ଶ୍ୱେତା ଶେରାଓ୍ବାତଙ୍କ ଭଳି ଷ୍ଟାର ଖେଳାଳିଙ୍କ ସହ ପ୍ୟାକ ହୋଇଥିବା ଟିମ ଇଣ୍ଡିଆ ପାଇଁ ୬୯ ରନ୍‌ ଅତି ସହଜ ଲକ୍ଷ୍ୟ ଥିଲା, କିନ୍ତୁ ଇଂଲଣ୍ଡ ବୋଲରମାନେ ଚମତ୍କାର ଆରମ୍ଭ କରିଥିଲେ। ଭାରତୀୟ ଇନିଂସର ତୃତୀୟ ଓଭରରେ ଅଧିନାୟିକା ଶେଫାଳି ୧୫ ରନରେ ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ଓଭରରେ ପାଞ୍ଚ ରନ ସ୍କୋର କରିବା ପରେ ଶ୍ୱେତା ମଧ୍ୟ ଆଉଟ୍‌ ହୋଇଥିଲେ। ୨୦ ରନ ମଧ୍ୟରେ ଭାରତ ଏହାର ଦୁଇ ଗୁରୁତ୍ୱପୂର୍ଣ୍ଣ ଉଇକେଟ ହରାଇଥିଲା। ଏହି ଟୁର୍ନାମେଣ୍ଟରେ ଶ୍ୱେତା ସର୍ବାଧିକ ରନ ସ୍କୋରର ହୋଇଥିବାବେଳେ ଶେଫାଳି ତୃତୀୟ ସ୍ଥାନରେ ଅଛନ୍ତି।
ଦୁଇଟି ଦ୍ରୁତ ଉଇକେଟ ଖସିଯିବା ପରେ ଭାରତୀୟ ଦଳ ଚାପରେ ରହିଥିଲା, କିନ୍ତୁ ସୌମ୍ୟା ତିୱାରୀ ଏବଂ ଜି. ତ୍ରିଶାଙ୍କ ଯୋଡି ଏକ ଭଲ ଭାଗିଦାରୀ କରିଥିଲା। ଉଭୟ ତୃତୀୟ ଉଇକେଟ ପାଇଁ ୪୬ ରନ ଭାଗିଦାରୀ ବାଣ୍ଟିଥିଲେ। ତେବେ ଭାରତର ବିଜୟ ପୂର୍ବରୁ ତ୍ରିଶା ଆଉଟ ହୋଇଥିଲେ। ସେ ୨୯ ବଲରେ ୨୪ ରନ ସଂଗ୍ରହ କରିଥିଲେ। ଶେଷରେ ସୌମ୍ୟା ତିୱାରୀ ମ୍ୟାଚ ଶେଷ କରିଥିଲେ। ସେ ୩୭ ବଲରୁ ଅପରାଜିତ ୨୪ ରନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.