banner
Breaking

ଦିନିକିଆ କ୍ରିକେଟରେ ଭାରତର ରେକର୍ଡ

0

ଥିରୁଭାନନ୍ତପୁରମ୍‌,୧୫।୧: ଥିରୁଭାନନ୍ତପୁରମ୍‌ରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ଟିମ ଇଣ୍ଡିଆ ୩୧୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହ ଭାରତର ଦିନିକିଆ କ୍ରିକେଟ ଇତିହାସରେ ସବୁଠାରୁ ବଡ ବିଜୟ ହାସଲ କରିବାର ରେକର୍ଡ କରିଛି। ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ଭାରତ ୩-୦ରେ କ୍ଲିନ୍‌ସୁଇପ୍‌ କରିଛି।
ବିରାଟ କୋହଲିଙ୍କ ଅପରାଜିତ ୧୬୬ ଏବଂ ଶୁଭମାନ ଗିଲଙ୍କ ୧୧୬ ରନ ଯୋଗୁ ଟିମ ଇଣ୍ଡିଆ ୫୦ ଓଭରରେ ୫ ଉଇକେଟ ହରାଇ ୩୯୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ ମାତ୍ର ୭୩ ରନ ସଂଗ୍ରହ କରିଥିଲା। ତେବେ ଶ୍ରୀଲଙ୍କାର ମାତ୍ର ୯ ଉଇକେଟ ଖସିପଡିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଖେଳାଳି ଆହତ ହୋଇଥିଲେ, ତେଣୁ ଦଳ ସମସ୍ତ ଦଳକୁ ଅଲଆଉଟ ବୋଲି ବିବେଚନା କରାଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ମାତ୍ର ୩ ଜଣ ଖେଳାଳି ଦଇ ଅଙ୍କ ବିଶିଷ୍ଟ ସ୍କୋର କରିଥିଲେ। ସେହିପରି ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ଟି ଉଇକେଟ୍‌ ନେଇଥିବାବେଳେ ମହମ୍ମଦ ଶାମି ଏବଂ କୂଳଦୀପ ଯାଦବ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ।
ଦିନିକିଆ କ୍ରିକେଟରେ ରନ ଦୃଷ୍ଟିରୁ ଏହା ହେଉଛି ସବୁଠାରୁ ବଡ ବିଜୟ। ଏହାପୂର୍ବରୁ ନ୍ୟୁଜିଲାଣ୍ଡ ୨୦୦୮ରେ ଆୟର୍ଲାଣ୍ଡ ବିପକ୍ଷରେ ୨୯୦ ରନରେ ଜିତିଥିଲା।

Khansweb Solution Bhubaneswar

Leave A Reply

Your email address will not be published.