banner
Breaking

ବିସିସିଆଇର ଚୟନ କମିଟିରେ ଓଡ଼ିଆ ଖେଳାଳୀ

0

ନୂଆଦିଲ୍ଲୀ : ବିସିସିଆଇ ଚୟନ କମିଟି ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଟିମ୍‌ ଇଣ୍ଡିଆ ତଥା ଓଡ଼ିଶାର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଶିବସୁନ୍ଦର ଦାସ। ସେ ଏବେ ଭାରତୀୟ ପୁରୁଷ ସିନିୟର ଟିମ୍‌ ଚୟନରେ ସକ୍ରିୟ ଭୂମିକା ଗ୍ରହଣ କରିବେ।

୨୦୨୨ ଟି-୨୦ ବିଶ୍ୱକପରେ ଭାରତର ବିପର୍ଯ୍ୟୟ ପରେ ବିସିସିଆଇ ନୂଆ ଆବେଦନ ପାଇଁ ଆଶାୟୀଙ୍କୁ କହିଥିଲା। ଏଥିଲାଗି ଇଷ୍ଟ ଜୋନ୍‌ରୁ ଶିବସୁନ୍ଦର ଆବେଦନ କରିଥିଲେ। ତାଙ୍କୁ ଇଷ୍ଟ ଜୋନରୁ ବିସିସିଆଇ ଚୟନ କମିଟି ସଦସ୍ୟ ଭାବେ ନିଯୁକ୍ତି ଦେଇଛି। ଶିବସୁନ୍ଦରଙ୍କ ବ୍ୟତୀତ ଚୟନ କମିଟିରେ ନୂଆ ମୁହଁ ଭାବେ ସାଲିଲ ଅଙ୍କୋଲା, ସୁବ୍ରତ ବାନାର୍ଜୀ ଓ ଶ୍ରୀନାଥ ଶରତ ସ୍ଥାନ ପାଇଛନ୍ତି।

ଶିବସୁନ୍ଦର ଭାରତ ପାଇଁ ୨୩ ଟେଷ୍ଟ, ୪ଦିନିକିଆରେ ନଜର ଆସିଥିଲେ। ସେ ଟେଷ୍ଟରେ ୧୩୨୬ ରନ୍‌ କରିଥିଲେ। ୨୦୦୨ରେ ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ସୁଯୋଗ ମିଳିଥିଲା। କିନ୍ତୁ ସେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ଏଥିପାଇଁ ୨୦୦୨ ଇଂଲଣ୍ଡ ସିରିଜରେ ସେ ବାଦ୍‌ ପଡ଼ିଥିଲେ। ସେବେଠାରୁ ତାଙ୍କୁ ଆଉ ଭାରତୀୟ ଟିମ୍‌ରେ ସୁଯୋଗ ମିଳି ନ ଥିଲା। ତେବେ ଓଡ଼ିଶା ପାଇଁ ଶତାଧିକ ରଣଜୀ ମ୍ୟାଚ ଖେଳିଥିବା ଶିବସୁନ୍ଦର ଏବେ ଭାରତୀୟ ମହିଳା ଟିମର ବ୍ୟାଟିଂ କୋଚ୍‌ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.