banner
Breaking

ଅଜିତ୍ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାାଟିତ

0

ଭୁବନେଶ୍ୱର,୧୪/୧୨(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ବିଡିଏ ୟୁଥ୍ ଆସୋସିଏସନ୍ ପକ୍ଷରୁ ଅଜିତ୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ କର୍ପୋରେଟର ସୈାଭାଗ୍ୟ ବାରିକ, ସଞ୍ଜୟ ସେଠୀ ଓ ସୁରେଶ ମହାପାତ୍ର, ସୁକାନ୍ତ ପରିଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଦିବାରାତ୍ରି ଟୁର୍ଣ୍ଣାମେଣ୍ଟ ଦୁଇଦିନ ଧରି ଚାଲିବ ।ଏଥିରେ କଟକ ଓ ଭୁବନେଶ୍ୱରରୁ ଷୋହଳଟି ଟିମ୍ ଅଂଶଗ୍ରହଣ କରିଛନ୍ତି । ଆଜି ଲିଗ୍ ଓ କ୍ୱାଟର ଫାଇନାଲ ଖେଳାଯିବ । ଆସନ୍ତା କାଲି ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଫାଇନାଲ ବିଜେତାଙ୍କୁ ଟ୍ରଫି ସହ ତିରିଶି ହଜାର ଟଙ୍କା ରନର୍ସଅଫଙ୍କୁ ଟ୍ରଫି ସହ କୋଡିଏ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସଭାପତି କହିଛନ୍ତି । ଆସନ୍ତ କାଲିର କାର୍ଯ୍ୟକ୍ରମରେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସହ ଅନ୍ୟ ଅତିଥିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.