banner
Breaking

ନୂଆ ଫର୍ମାଟ ରେ ଖେଳାଯିବ ୨୦୨୪ ଟି-୨୦ ବିଶ୍ଵ କପ୍

0

ନୂଆଦିଲ୍ଲୀ : ନୂଆ ଫର୍ମାଟରେ ଖେଳାଯିବ ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ୨୦୨୪। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ୨୦ଟି ଦଳକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରଥମ ରାଉଣ୍ଡ ପରେ ସୁପର ୮ ପର୍ଯ୍ୟାୟ ଖେଳାଯିବ। ୨୦୨୧ ଓ ୨୦୨୨ ସଂସ୍କରଣ ପ୍ରଥମ ରାଉଣ୍ଡ ପରେ ସୁପର ୧୨ ଖେଳାଯାଇଥିଲା। କିନ୍ତୁ ପରବର୍ତ୍ତୀ ଟୁର୍ନାମେଣ୍ଟରେ ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ୨ ଦଳ ସୁପର-୮ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏହି ପର୍ଯ୍ୟାୟରେ ୮ଟି ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲରେ ପ୍ରବେଶ କରିବେ। ଓ୍ବେଷ୍ଟଇଣ୍ଡିଜ ଓ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ରେ ଖେଳାଯିବାକୁଥିବା ଟୁର୍ନାମେଣ୍ଟର ପରବର୍ତ୍ତୀ ସଂସ୍କରଣ ପାଇଁ ୧୨ଟି ଦଳ ସ୍ଥାନ ପକ୍କା କରିସାରିଛନ୍ତି। ଆୟୋଜକ ହିସାବରେ ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍‌ଏକୁ ପ୍ରଥମ ଦୁଇ ସ୍ଥାନ ମିଳିଛି। ନିକଟରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ଶ୍ରେଷ୍ଠ ୮ଟି ଦଳ (ସୁପର-୧୨ର ପ୍ରତି ଗ୍ରୁପ୍‌ରୁ ଶ୍ରେଷ୍ଠ ୪ ଦଳ) ୨୦୨୪ ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ତନ୍ମଧ୍ୟରେ ଚାମ୍ପିୟନ ଇଂଲଣ୍ଡ ଓ ରନର-ଅପ୍‌ ପାକିସ୍ତାନ ସାମିଲ। ଏହାଛଡ଼ା ଆଇସିସି ପୁରୁଷ ଟି୨୦ ର଼୍ୟାଙ୍କିଙ୍ଗରେ ପରବର୍ତ୍ତୀ ଶ୍ରେଷ୍ଠ ଦୁଇ ଦଳ ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ୨୦୨୪ ଟୁର୍ନାମେଣ୍ଟ ପାଇଁ ଅବଶିଷ୍ଟ ୮ ଦଳ ଆଞ୍ଚଳିକ ଟୁର୍ନାମେଣ୍ଟରୁ ନିରୂପିତ ହେବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.