banner
Breaking

ଭାରତ ଓ ଜିମ୍ବାୱେ ମ୍ୟାଚ ହାର ଜିତର ଅଙ୍କ କଣ କହୁଛି

0

ନୂଆଦିଲ୍ଲୀ : ଟି୨୦ ବିଶ୍ୱକପ୍‌ ୨୦୨୨ରେ ଭାରତ ସୁପର-୧୨ ଚରଣର ଅନ୍ତିମ ମୁକାବିଲା ଜିମ୍ବାଓ୍ବେ ବିପକ୍ଷରେ ଖେଳିବ। ଏବେ ଦଳ ଗ୍ରୁପ୍‌ର ଶୀର୍ଷରେ ରହିଥିବା ଯୋଗୁ ଯଦି ଜିମ୍ବାଓ୍ବେ ବିପକ୍ଷରେ ମ୍ୟାଚ୍‌ ଜିତିଯାଏ ତେବେ ସିଧା ସେମିଫାଇନାଲକୁ ଯିବ। ରବିବାର ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚକୁ ନେଇ ଏବେଠାରୁ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ବିଶେଷକରି ଟି୨୦ ଫର୍ମାଟରେ ହେଉଥିବା ପରିବର୍ତ୍ତନକୁ ନେଇ କିଛି ବି ହୋଇପାରେ ବୋଲି କୁହାଯାଉଛି।

ନିକଟରେ ଜିମ୍ବାଓ୍ବେ ପାକିସ୍ତାନ ବିପକ୍ଷରେ ଖେଳିଥିବା ମୁକାବିଲାରେ ଚମତ୍କାର ବିଜୟ ହାସଲ କରିଥିଲେ। ସର୍ବନିମ୍ନ ସ୍କୋର ସତ୍ତ୍ୱେ ଦଳ ଶେଷ ପର୍ଯ୍ୟନ୍ତ ଲଢ଼ି ୧ ରନ୍‌ରେ ବିଜେତା ହୋଇଥିଲା। ଏହି କାରଣରୁ ଜିମ୍ବାଓ୍ବେକୁ ହାଲୁକା ଭାବେ ନେବା ଭୁଲ ହେବ। ଅପରପକ୍ଷେ ବିଶ୍ୱକପ୍‌ରେ ଏଭଳି ସ୍ଥିତି ଯେ ଭାରତ ସେମିଫାଇନାଲ ନିଶ୍ଚିତ ଭାବେ ଖେଳିବ ବୋଲି ଅନୁମାନ କରାଯାଉଛି। ହେଲେ ପରିସ୍ଥିତି କେବେ ବି ବଦଳିପାରେ।

ଜିମ୍ବାଓ୍ବେ ଯଦି ଭାରତ ବିପକ୍ଷରେ ଜିତିଯାଏ ତେବେ ଟିମ୍‌ ଇଣ୍ଡିଆ ୫ ମ୍ୟାଚ୍‌ରେ ୩ ବିଜୟ, ୨ ହାର ସହ ୬ ପଏଣ୍ଟ ପାଇବ। ସେହିଭଳି ବିଜୟ ସହ ଜିମ୍ବାଓ୍ବେ ୨ ବିଜୟ, ୨ ପରାଜୟ ଏବଂ ୧ ଅସମ୍ପୂର୍ଣ୍ଣ ମ୍ୟାଚ୍‌ ସହ ୫ ପଏଣ୍ଟ ପାଇବ। ଏବେ ଗ୍ରୁପ୍‌-୨ର ପ୍ରତ୍ୟେକ ଟିମ୍‌ ଗୋଟିଏ ଗୋଟିଏ ମ୍ୟାଚ୍‌ ଖେଳିବେ। ରବିବାର ଦକ୍ଷିଣ ଆଫ୍ରିକା-ନେଦରଲ୍ୟାଣ୍ଡ,ଭାରତ-ଜିମ୍ବାଓ୍ବେ ଏବଂ ପାକିସ୍ତାନ-ବାଲାଂଦେଶ ମଧ୍ୟରେ ମ୍ୟଚ୍‌ ଖେଳାଯିବାର ଅଛି।

Khansweb Solution Bhubaneswar

Leave A Reply

Your email address will not be published.