banner
Breaking

ସୌରଭ ଗାଙ୍ଗୁଲି କରୋନା ପଜିଟିଭ

0

କୋଲକାତା, ୨୮।୧୨: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କୁ ଚିକିତ୍ସା ଲାଗି କୋଲକାତାର ଉଡ୍‌ ଲାଣ୍ଡସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ନମୁନା ପରୀକ୍ଷା ସୋମବାର କରାଯାଇଥିଲା। ଏହା ପଜିଟିଭ୍‌ ଆସିଥିଲା। ପୂର୍ବରୁ ତାଙ୍କ ପରିବାର ସଦସ୍ୟଙ୍କୁ କରୋନା ହୋଇଥିଲା।
ଚଳିତ ବର୍ଷ ଆରମ୍ଭରେ ଜାନୁୟାରୀ ୨ରେ ଘରେ ଟ୍ରେଡ଼୍‌ ମିଲ୍‌ କରୁଥିବାବେଳେ ଛାତିରେ ଯନ୍ତ୍ରଣା ଯୋଗୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା।

ଏବେ ବର୍ଷ ଶେଷରେ ମଧ୍ୟ ପୁଣି ସମାନ ଘଟଣା ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.