banner
Breaking

କାଲିଠାରୁ ନିୟମ କଡାକଡି। ରହିବ ନାହିଁ ସଟଡାଉନ।

0

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏ ୪ଜିଲା ରାଉରକେଲା ମହାନଗର ନିଗମକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଗତଥର ଅପେକ୍ଷା ଏହି ଲକ୍‌ଡ଼ାଉନ୍‌ ଟିକେ କଡ଼ା, ସମସ୍ତଙ୍କୁ ମାନିବାକୁ ପଡ଼ିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି।

କମିଶନର କହିଛନ୍ତି, ଏବେ ରାଜ୍ୟରେ ସ୍ବାଭାବିକୁ ସ୍ଥିତି ଫେରିନି, ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ। ପୂର୍ବଠାରୁ ଏ ସପ୍ତାହିକ ସଟ୍‌ଡ଼ାଉନ୍‌ ଏହି ୫ଟି ସ୍ଥାନରୁ ଉଠିଯିବ। ଗ୍ରୋସରୀ, ପନିପରିବା ଦୋକାନ ଗୋଟାଏ ଯାଏ ଖୋଲିବ। ଘର ପାଖ ଦୋକାନରୁ ଏହାକୁ କିଣନ୍ତୁ, ଦୂରକୁ କିଣିବାକୁ ଯାଆନ୍ତୁନି। ଅମାନିଆ ଲୋକ ବାଇକ ନେଇ କିଣିବାକୁ ଗଲେ, ବାଇକ ଜବତ ହେବ। ମେଡିକାଲ ଷ୍ଟାଫ୍‌ ନିଜ ପରିଚୟପତ୍ର ଦେଖାଇ ଯାଇପାରିବେ। ଔଷଧ ଦୋକାନ କର୍ମଚାରୀ ଟ୍ରେଡ୍‌ ଲାଇସେନ୍ସ କପି ଦେଖାଇ ଯିବେ। ଗ୍ରୋସରୀ, ପରିବା ଦୋକାନୀଙ୍କ ଯାଆସ ପାଇଁ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ହୋଇଛି। ଗଣମାଧ୍ୟମ ପ୍ରତିନିଧି ପରିଚୟପତ୍ର ଦେଖାଇ ଯିବେ। କେହି ଗଣମାଧ୍ୟମର ମିଛ ପରିଚୟପତ୍ର ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ୟାଙ୍କ କର୍ମଚାରୀଙ୍କ ସଂଖ୍ୟା ୨୫% ଅଧିକ ହେବ ନାହିଁ। ବ୍ୟାଙ୍କ କର୍ମଚାରୀମାନେ ନିଜ ପରିଚୟପତ୍ର, କର୍ତ୍ତୃପକ୍ଷଙ୍କ ଚିଠି ଦେଖାଇବେ। ଘରୋଇ କାମ ପାଇଁ କେହି ସଂସ୍ଥାର ପରିଚୟପତ୍ର ବ୍ୟବହାର କରନ୍ତୁ ନାହିଁ। ଆଇଟି ସଂସ୍ଥା ୧୦% କର୍ମଚାରୀଙ୍କୁ ଅଫିସ ଡାକିପାରିବେ। ସରକାରୀ କର୍ମଚାରୀ ନିଜ ପରିଚୟପତ୍ର ବ୍ୟବହାର କରିପାରିବେ। ଏଥିସହ ବିଭାଗୀୟ ମୁଖ୍ୟଙ୍କ ଚିଠି ମଧ୍ୟ ଦେଖାଇବେ । ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥାନାରୁ ଅନୁମତି ଆଣିବା ଜରୁରୀ। ଏହାଛଡ଼ା କୌଣସି ସାମାଜିକ କାର୍ଯ୍ୟକୁ ଅନୁମତି ନାହିଁ। ବିମାନବନ୍ଦର, ଷ୍ଟେଶନ କର୍ମଚାରୀଙ୍କୁ ଯିବାକୁ ଅନୁମତି ମିଳିବ। ସହର ଭିତରକୁ ବାହାର ଲୋକଙ୍କୁ ଆସିବାକୁ ଅନୁମତି ଦିଆଯିବ ନାହିଁ। ସହରକୁ ପଶିବାକୁ ବା ସହରରୁ ବାହାରିବାକୁ ଅନୁମତି ଜରୁରୀ। ଆବଶ୍ୟକ ନ ଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ, ସହଯୋଗ କରନ୍ତୁ। ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.