banner
Breaking

ଭୟ ଓ ବ୍ୟସ୍ତ ବିବ୍ରତ ହେବାର ଆବଶ୍ୟକତା ନାହିଁ : କମିଶନର

0

ଭୁବନେଶ୍ୱର,୪।୫(ବ୍ୟୁରୋ): କଟକ ଓ ଭୁବନେଶ୍ୱର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦ୍ୱୈତନଗରୀବାସୀଙ୍କୁ ଲକ୍‌ଡାଉନକୁ ନେଇ କୌଣସି ଭୟ ଓ ଆଶଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କରୋନା ସଂକ୍ରମଣର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହାକୁ ନେଇ ଜନସାଧାରଣ ବ୍ୟସ୍ତ ବିବ୍ରତ ହେବାର ଆବଶ୍ୟକତା ନାହିଁ। ଲକ୍‌ଡାଉନ ସମୟରେ ପ୍ରତିଦିନ ୬ଟାରୁ ୧୨ଟା ଯାଏ ପନିପରିବା, ଗ୍ରସେରୀ ଓ ଔଷଧ ଭଳି ଅତ୍ୟାବଶ୍ୟକ ତଥା ଜରୁରୀ ଦୋକାନ ଖୋଲା ରହିବ। ଜନସାଧାରଣ କୋଭିଡ଼ ନିୟମ ମାନି ବିନା ଗାଡ଼ିରେ ଚାଲି ଚାଲି ସ୍ଥାନୀୟ ହାଟରୁ କିଣିପାରିବେ। ତେଣୁ କୌଣସି ପ୍ରକାର ଆତଙ୍କିତ ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ କି ଆବଶ୍ୟକତାଠାରୁ ଅଧିକ ଜିନିଷ କିଣନ୍ତୁ ନାହିଁ। ଯେକୌଣସି ପରିସ୍ଥିତି ପାଇଁ ପୋଲିସ ପ୍ରସ୍ତୁତ ରହିଛି। ଲକ୍‌ଡ଼ାଉନ୍‌ ନିୟମ ଉଲଙ୍ଘନ କରି ବାହାରେ ବୁଲିଲେ ଅମାନିଆଙ୍କ ବିରୋଧରେ ଦୃଢ କାଯର୍ର୍‌ୟାନୁଷ୍ଠାନ ନିଆଯିବ। ସେହିଭଳି ଲକ୍‌ଡାଉନ୍‌ ସମୟରେ ଟିକାକରଣ ଓ ଟେଷ୍ଟିଂ ଲାଗି ପ୍ରତିବନ୍ଧକ ଲଗାଯାଇନାହିଁ। ଅନ୍ୟାନ୍ୟ ମେଡ଼ିକାଲ ଓ ଅତ୍ୟାବଶ୍ୟକ କାର୍ଯ୍ୟରେ ମଧ୍ୟ ଲୋକେ ଆବଶ୍ୟକ କାଗଜପତ୍ର ଦେଖାଇ ଯାଇପାରିବେ ବୋଲି କମିଶନର କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.