banner
Breaking

କୋଓ୍ବିନ୍ ପୋର୍ଟାଲରେ ଉପଲବ୍ଧ ହେବ ୧୪ଟି ଭାଷା।

0

ନୂଆଦିଲ୍ଲୀ, ୧୭।୫: ଆସନ୍ତା ସପ୍ତାହରେ କୋଓ୍ବିନ ପୋର୍ଟାଲ ହିନ୍ଦୀ ଏବଂ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। ଫଳରେ କୋଭିଡ୍‌ ଟିକା ନେବା ଏବଂ ନାମ ପଞ୍ଜୀକରଣ, ସ୍ଲଟ ବୁକିଂ ସହଜ ହୋଇପାରିବ। ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ୍‌-୧୯ର ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏବେ ଆଇଏନ୍‌ଏସ୍‌ଏସିଓଜି ନେଟ୍‌ଓ୍ବର୍କ ଅଧୀନରେ ୧୦ଟି ଲାବରେଟୋରିରେ ନମୁନାର ଭାରିଆଣ୍ଟ ପରୀକ୍ଷା କରାଯାଉଛି। ୨୬ ଦିନ ପରେ ଭାରତରେ କରୋନା ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସିଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ। ସେହିପରି ଆକ୍ଟିଭ୍‌ ମାମଲା ଗତ ୨୪ ଘଣ୍ଟା ମଧ୍ୟରେ ୧,୦୧,୪୬୧ ହ୍ରାସ ପାଇଛି। ୨-ଡିଜି କୋଭିଡ୍‌ ଔଷଧ ପାଇଁ ସେ ପ୍ରତିରକ୍ଷା ବୈଜ୍ଞାନିକମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.