banner
Breaking

କୋଭିଡ ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ। କେମିତି ଜାଣନ୍ତୁ।

0

ବର୍ତ୍ତମାନ ସମଗ୍ର ଦେଶରେ କରୋନା ତାଣ୍ଡବ ଜାରି ରହିଛି । ମୃତ୍ୟୁସଂଖ୍ୟା ଓ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କେତେବେଳେ କାହାର ମୃତ୍ୟୁ ଘଟିବ, ତାହା କହିହେବ ନାହିଁ । ତେଣୁ ଏହି ସମୟରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ଆପଣମାନଙ୍କୁ ସହାୟତା ଯୋଗାଇଦେବ । ଏହି ଯୋଜନାରେ ୧୮ରୁ ୫୦ ବର୍ଷ ବୟସ୍କଙ୍କୁ ୨ ଲକ୍ଷ ଟଙ୍କାର ବୀମା କଭର ମିଳିବ । ଏଥିପାଇଁ ଆପଣଙ୍କୁ ବାର୍ଷିକ ୩୩୦ ଟଙ୍କା ପ୍ରିମିୟମ ଭରିବାକୁ ପଡ଼ିବ । ବ୍ୟାଙ୍କରେ ଆକାଉଣ୍ଟ ଥିବା ସମସ୍ତ ଗ୍ରାହକ ଏହି ଯୋଜନାର ଲାଭ ଉଠାଇ ପାରିବେ ।

PMJJBYରେ ସାମିଲ ଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ତାଙ୍କର ପରିବାରବର୍ଗଙ୍କୁ ବୀମା କଭର ମିଳିଥାଏ । ଅର୍ଥାତ କୋଭିଡରେ ମୃତ୍ୟୁ ଘଟିଲେ ମଧ୍ୟ ଫାଇଦା ମିଳିବ । ଏଥିସହ ହତ୍ୟା କିମ୍ବା ଆତ୍ମହତ୍ୟା କ୍ଷେତ୍ରରେ ମଧ୍ୟ ବୀମା ଅର୍ଥ ମିଳିଥାଏ । ମୃତ୍ୟୁର ୪୫ ଦିନ ପରେ ଜଣଙ୍କୁ ବୀମା ଅର୍ଥ ମିଳିଥାଏ । PMJJBY ବାର୍ଷିକ ଟର୍ମ ପଲିସିରେ ବୀମା କଭର ଜୁନ ମାସ ୧ ତାରିଖରୁ ୩୧ ତାରିଖ ମଧ୍ୟରେ ଗଣନା କରଯାଇଥାଏ । ଯେଉଁ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ଘଟେ, ସେ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ପ୍ରିମିୟମ ଭରିଥିବା ଆବଶ୍ୟକ । ନଚେତ ନୋମିନି ରହିଥିବା ବ୍ୟକ୍ତି ବୀମା କଭର ପାଇଁ ଦାବି କରିପାରିବେ ନାହିଁ । ଜଣେ ବ୍ୟକ୍ତିଙ୍କର ମୃତ୍ୟୁର ୩୦ ଦିନ ପରେ ନୋମିନି ଜଣକ ବୀମା ଅର୍ଥ ପାଇଁ ଦାବି କରିପାରିବେ । ଏଥିପାଇଁ ମୃତ୍ୟୁ ପ୍ରମାଣପତ୍ର, ମୃତ୍ୟୁର ଦସ୍ତାବିଜ, କ୍ଲେମ୍ ଫର୍ମ, ହସ୍ପିଟାଲ ରସିଦ, କ୍ୟାନସଲ ଚେକ୍ ଆଦି ପଇଠ କରିବାକୁ ପଡ଼ିଥାଏ । ଏଥିସହିତ PMJJBY ଯୋଜନାରେ ସାମିଲ ଥିବା ବ୍ୟାଙ୍କ ସହିତ ଯୋଗାଯୋଗ କରିବାକୁ ହୋଇଥାଏ ।

Khansweb Solution Bhubaneswar

Leave A Reply

Your email address will not be published.