banner
Breaking

ନୂଆବର୍ଷରେ ଭାରତ ପାଇଁ ଖୁସି ଖବର। କୋଭିସିଲ୍ଡକୁ ମିଳିଲା ମଞ୍ଜୁରୀ।

0

ନୂଆଦିଲ୍ଲୀ,୧।୧- ନୂଆ ବର୍ଷରେ ଦେଶବାସୀଙ୍କୁ ମିଳିଛି ଖୁସି ଖବର। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ଭ୍ୟାକ୍‌ସିନ କୋଭିସିଲ୍ଡକୁ ମିଳିଛି ଜରୁରୀକାଳୀନ ବ୍ୟବହାର ଅନୁମତି। ସରକାରଙ୍କ ପକ୍ଷରୁ ନିଯୁକ୍ତ ବିଶେଷଜ୍ଞଙ୍କ ପ୍ୟାନେଲ ଶୁକ୍ରବାର ଏହି ଭ୍ୟାକ୍‌ସିନକୁ ଜରୁରୀକାଳିନ ଅନୁମତି ଦେଇଥିବାବେଳେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ଭ୍ୟାକସିନର ବ୍ୟବହାର ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ନେବେ।

କୋଭିସିଲ୍ଡର ପ୍ରାୟ ୫ କୋଟି ଡୋଜ ପ୍ରସ୍ତୁତ ରଖିଛି ସେରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)। ରିପୋର୍ଟ ମୁତାବକ, ଚଳିତ ମାସ ୨ ତାରିଖରେ ବିଭିନ୍ନ ରାଜ୍ୟକୁ ଏହି ଟୀକା ସୁରକ୍ଷିତ ଭାବେ ପଠାଯିବ। ଏହାପରେ ପ୍ରତି ରାଜ୍ୟରେ କରୋନା ଟୀକାକରଣ ପାଇଁ ଡ୍ରାଏ ରନ ବା ରିହର୍ସଲ ହେବ।

Khansweb Solution Bhubaneswar

Leave A Reply

Your email address will not be published.