banner
Breaking

କୋଭିରାପକୁ ମିଳିଲା ଅନୁମତି। ସହଜ ଓ ଶସ୍ତା ହେବ ପରୀକ୍ଷା।

0

ନୂଆଦିଲ୍ଲୀ : ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କୋଭିଡ-୧୯ ଚିହ୍ନଟ ପାଇଁ ‘କୋଭିରାପ୍’ର ସଫଳତାକୁ ସ୍ୱୀକୃତି ପ୍ରଦାନ କରିଛି। ଖଡ଼ଗପୁର ଆଇଆଇଟିର ଗବେଷକମାନଙ୍କ ଦ୍ୱାରା ଏହି ରୋଗ ନିରୂପଣ ପଦ୍ଧତିର ବିକାଶ କରାଯାଇଛି। କୋଭିଡ-୧୯ ଚିହ୍ନଟ ପାଇଁ ବ୍ୟବହାର କରାଯାଉଥିବା ଏହି ପରୀକ୍ଷା ପଦ୍ଧତି ଅତ୍ୟନ୍ତ ସହଜ ଓ ଶସ୍ତା ସାବ୍ୟସ୍ତ ହୋଇଛି। ତା’ଛଡ଼ା ମାତ୍ର ଏକଘଣ୍ଟା ସମୟ ମଧ୍ୟରେ ଏଥିରୁ ପରୀକ୍ଷାର ଫଳାଫଳ ଜଣାପଡ଼ୁଛି। ଏହି ନୂଆ ନମୁନା ପରୀକ୍ଷା ପଦ୍ଧତି ଏକ ଅତି ନିର୍ଭରଶୀଳ ତଥା ସଠିକ୍‍ ମୋଲେକୁଲାର ଡାୟଗ୍ନୋଷ୍ଟିକ୍‍ ପଦ୍ଧତି ଯାହାକୁ ସ୍ଥାନାନ୍ତରିତ କରାଯାଇ ପାରୁଥିବା ଏକ ଅତି କ୍ଷୁଦ୍ର ଯନ୍ତ୍ର ସହାୟତାରେ କରାଯାଇ ପାରୁଛି। ନମୁନା ପରୀକ୍ଷାର ଫଳାଫଳ ମୋବାଇଲ୍‍ ଆପ୍‍ ଜରିଆରେ ଲୋକମାନଙ୍କୁ ଜଣାଇ ଦିଆଯାଇପାରୁଛି। ଖଡ଼ଗପୁର ଆଇଆଇଟି ଦ୍ୱାରା ବିକଶିତ ଏହି ନୂଆ ନମୁନା ପରୀକ୍ଷା ପଦ୍ଧତି ଆଇସିଏମଆର ଦ୍ୱାରା ନିର୍ଦ୍ଧାରିତ ବିଭିନ୍ନ କଠିନ ପରୀକ୍ଷାରେ ସଫଳ ରହିଛି। ଏହି ଯନ୍ତ୍ର ପାଇବା ପାଇଁ ବହୁ କମ୍ପାନି ଖଡ଼ଗପୁର ଆଇଆଇଟି ସହ ଯୋଗାଯୋଗ କରିବା ଆରମ୍ଭ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.