banner
Breaking

ଟ୍ରମ୍ପଙ୍କ ମୁଣ୍ଡ ପାଇଁ ୮୦ ମିଲିୟନ ଘୋଷଣା କଲା ଇରାନ

0

ଇରାନ,(ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ଉପରେ ୮୦ ମିଲିୟନ ଡଲାର ଘୋଷଣା କରିଛି ଇରାନ। ଇରାନର ଏହି ଘୋଷଣା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଆହୁରି ବଢିବାର ସମ୍ଭାବନା ରହିଛି। ଅନ୍ୟପଟେ ଟ୍ରମ୍ପ ମଧ୍ୟ ଇରାନକୁ ଧମକ ଦେଇ କହିଛନ୍ତି ଯଦି ଇରାନ ଆମେରିକା ଉପରେ ଆକ୍ରମଣ କରିବାର ଭୁଲ କରେ ତେବେ ଆମେରିକା ଇରାନକୁ ଧ୍ବଂସ କରିଦେବ।

ଇରାନ ସେନାର ମେଜର ଜେନେରାଲ କାସିମ ସୋଲେମାନିଙ୍କ ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ଇରାନର ଏକ ସଂସ୍ଥା ଇରାନରେ ଆକ୍ରମଣ କରିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ଉପରେ ୮୦ ମିଲିୟନ ଡଲାର ଘୋଷଣା କରିଛି। ମେଜର ଜେନେରାଲ କାସିମ ସୋଲେମାନିଙ୍କ ହତ୍ୟାର ପ୍ରତିଶୋଧ ପାଇଁ ଘୋଷଣା ହୋଇଥିବା ପୁରସ୍କାର ରାଶି ଇରାନ ନାଗରିକଙ୍କ ଠାରୁ ସଂଗ୍ରହ କରାଯିବ ବୋଲି ସଂସ୍ଥା କହିଛି। ସୋଲେମାନିଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ପ୍ରତ୍ୟେକ ଇରାନ ନାଗରିକ ମୁଣ୍ଡ ପିଛା ଏକ ଡଲାର ଟଙ୍କା ସାହାଯ୍ୟ କରନ୍ତୁ ବୋଲି ସଂସ୍ଥା ଅନୁରୋଧ କରିଛି।

ଏହା ପୂର୍ବରୁ ଇରାନକୁ ଚେତାବନୀ ଦେଇ ଟ୍ରମ୍ପ ମଧ୍ୟ କହିଛନ୍ତି ଯଦି ଇରାନ ମେଜର ଜେନେରାଲ କାସିମ ସୋଲେମାନି ହତ୍ୟାର ପ୍ରତିଶୋଧ ନେବାପାଇଁ ବିଶ୍ୱର ଯେକୌଣସି ସ୍ଥାନରେ ଥିବା ଆମେରିକୀୟ ଓ ଆମେରିକାର ସମ୍ପତ୍ତି ଉପରେ ଯଦି ଇରାନ୍ ଆକ୍ରମଣ କରେ, ତାହାର କଠୋର ଜବାବ୍ ଦିଆଯିବ। ସେ କହିଛନ୍ତି, ଇରାନ୍ ଯଦି ଏଭଳି କିଛି ଆକ୍ରମଣାତ୍ମକ କାର୍ୟ୍ୟ କରେ, ତାହାର ଜବାବରେ ଇରାନର ୫୨ଟି ସ୍ଥାନ ଉପରେ ପ୍ରଚଣ୍ଡ ଏବଂ ଭୟାବହ ଆକ୍ରମଣ କରାଯିବ। ଯେଉଁସବୁ ସ୍ଥାନ ଉପରେ ଆକ୍ରମଣ ହେବ, ସେଥି ମଧ୍ୟରୁ ଅନେକ ଇରାନର ସାଂସ୍କୃତିକ ସ୍ଥଳୀ ଅଟେ।

Khansweb Solution Bhubaneswar

Leave A Reply

Your email address will not be published.