banner
Breaking

ଆମେରିକାରେ ଭୟଙ୍କର ଝଡ । କାର ଉଡିଲା

0

ଆମେରିକା : ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାରେ ଭୀଷଣ ଝଡ ହେବା ଫଳରେ ଅନେକ କିଛି ଧ୍ୱଂସ ହୋଇଯାଇଛି । ଏହି ଘୂର୍ଣ୍ଣବଳୟ ଫଳରେ ସେଠାରେ ୨୫ ଲୋକଙ୍କ ମୃତ୍ୟୁ ଘଟିଛି । ଆମେରିକାର ଟେନେସ ରାଜ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବହୁ ସଂଖ୍ୟାର ଲୋକ ମଧ୍ୟ ଆହତ ହୋଇଛନ୍ତି । ଝଡ ସମୟରେ ପବନର ବେଗ ଏତେ ତୀବ୍ର ଥିଲା ଯେ ଦୋକାନଗୁଡିକ ଭାଙ୍ଗିବା ସହ ଉପରେ ଉଡୁଥିବା ବିମାନ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡିଯାଇଥିଲା ।
ଝଡ କାରଣରୁ ବହୁ କାର ପବନରେ ଉଡିବା ସହ ବିମାନ ଦୁର୍ଘଟଣା ହୋଇଥିଲା । ବିମାନଟି ତଳେ ଖସିପଡିବା ପରେ ସେଥିରେ ଥିବା ଲୋକଙ୍କ ମୃତ୍ୟୁ ଘଟିଥିଲା । ରାଜ୍ୟ ପ୍ରଶାସନଙ୍କ କହିବା ମୁତାବକ, ଗତ କିଛି ବର୍ଷ ହେବ ଟେନେସରେ ହୋଇଥିବା ବିପର୍ଯ୍ୟୟ ମଧ୍ୟରୁ ଏହା ସବୁଠାରୁ ଭୟଙ୍କର ଥିଲା । ବର୍ତ୍ତମାନ ଟେନେସିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.