banner
Breaking

କରୋନା @ ଅମ୍ଫାନ। ସାମାଜିକ ଦୂରତା ବନାମ ଏକତାର ମହାସ°ଗ୍ରାମ।

0

ଭୁବନେଶ୍ୱର, ୧୯/୫(ଓଡ଼ିଆ ନ୍ୟୁଜ): କରୋନା @ ଅମ୍ଫାନ। ସାମାଜିକ ଦୂରତା ବନାମ ସାମାଜିକ ଏକତାର ମହା ସ°ଗ୍ରାମ ହେବାକୁ ଯାଉଛି। ଏଥିରେ କିଏ ଜିତିବ କିଏ ହାରିବ କହିହେବ ନାହିଁ। କେବଳ ଏତିକି କହିହେବ ବଳି ପଡିପାରେ ଜୀବନ। କରୋନା ମହାମାରୀ ତାର କରାଳ ବିଭିଷିକା ଜାରି ରଖିଛି। ଏହାକୁ ପ୍ରତିହତ କରିବା ପାଇଁ ଏକମାତ୍ର ଅମୋଘ ଅସ୍ତ୍ର ସାଜିଛି ସାମାଜିକ ଦୂରତା। ଡାକ୍ତର ,ବିଶେଷଜ୍ଞ ଓ ଡବ୍ଲ୍ୟୁ ଏଚ୍ ଓ ଙ୍କ ମତ ଅନୁସାରେ ୧ ମିଟର ଠୁ ଅଧିକ ଦୂରତ୍ୱ ରକ୍ଷା କରିବା ଆବଶ୍ୟକ। କାରଣ କୋଭିଡ୧୯ କାଶ ଛିଙ୍କ ଛେପ ମାଧ୍ୟମରେ ବ୍ୟାପିଥାଏ। ସର୍ବପରୀ କରୋନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ନିହାତି ଆବଶ୍ୟକ ଥିଲାବେଳେ ବାତ୍ୟା ଅମ୍ଫାନ ପାଇଁ ସାମାଜିକ ଏକତା ଜରୁରୀ ହୋଇପଡିଛି । କାରଣ ଅତି ଭୟଙ୍କର ଭାବରେ ଆସୁଛି ଅମ୍ଫାନ। କଚ୍ଚା ଘରେ, ସମୁଦ୍ର କୂଳରେ ଏବଂ ଚାଳଛପର ଘରେ ବସବାସ କରୁଥିବା ଲୋକମାନଙ୍କୁ ବାତ୍ୟା ଦାଉରୁ ରକ୍ଷା କରିବା ପାଇଁ ହଜାର ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। ଗୋଟିଏ ଛାତତଳେ ଶହଶହ ଲୋକ ରହୁଛନ୍ତି। ଗୋଟିଏ ପଟେ କରୋନା ଭୟ ଅନ୍ୟପଟେ ଅମ୍ଫାନ ଭୟ। ସାମାଜିକ ଦୂରତା ଓ ସାମାଜିକ ଏକତା ଲଢେ଼ଇ ଭିତରେ ବନ୍ଧା ପଡିଛି ମଣିଷ ଜୀବନ । କେବଳ ଭଗବାନ ଭରସା।

Khansweb Solution Bhubaneswar

Leave A Reply

Your email address will not be published.