ନୂଆଦିଲ୍ଲୀ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କରୋନା ଭାଇରସ୍ ଟୀକାର ଗୁରୁବାରଠାରୁ ମଣିଷ ଦେହରେ ପରୀକ୍ଷା ହୋଇଛି। ଯଦି ଏହି ପରୀକ୍ଷଣ ସଫଳ ହୁଏ ଏହାର ତୁରନ୍ତ ପ୍ରସ୍ତୁତି ଆରମ୍ଭ ପାଇଁ ଭାରତୀୟ କମ୍ପାନୀ ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ କାର୍ଯ୍ୟ ଆରମ୍ଭ କରିଥିବା ଖବର ମିଳିଛି। ଗୁରୁବାର ଦିନ ଅକ୍ସଫୋର୍ଡରେ ଏହି ପରୀକ୍ଷା ଆରମ୍ଭ ହୋଇଛି ଯେଉଁଥିରେ ୮୦୦ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଏହି ନୂତନ ଟିକା ଦିଆଯାଇଛି। ଏହା ହେଉଛି ଷଷ୍ଠ କରୋନା ଭାଇରସ୍ ଟୀକା ଯାହା ପ୍ରଥମ ପର୍ଯ୍ୟାୟରେ କ୍ଲିନିକାଲ୍ ପରୀକ୍ଷଣରେ ପ୍ରବେଶ କରିଛି। ଯଦି ପରୀକ୍ଷଣଗୁଡିକ ସଫଳ ହୁଏ, ତେବେ ସେପ୍ଟେମ୍ବର ସୁଦ୍ଧା ଏହାର ୧୦ ଲକ୍ଷ ଡୋଜ ପ୍ରସ୍ତୁତ ହେବ। ଅନ୍ୟପକ୍ଷରେ ପୁନେସ୍ଥିତ ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଭାରତରେ ଏହି ଟୀକା ପ୍ରସ୍ତୁତ କରିବା ପାଇଁ ଅକ୍ସଫୋର୍ଡ ୟୁନିଭରସିଟି ସହ ସହଭାଗୀ ହୋଇଛି। କମ୍ପାନୀର ସିଇଓ ଅଦର ପୁନାୱାଲା କହିଛନ୍ତି ଯେ ଏହି ପରୀକ୍ଷଣ ସଫଳ ହେଲେ କମ୍ପାନୀ ପର୍ଯ୍ୟାପ୍ତ ପରିମାଣର ଡୋଜ ଉପଲବ୍ଧ କରାଇବ। ଏହି ପ୍ରତିଷେଧକ ଟୀକା ଶତକଡ଼ା ୮୦ଭାଗ ସଫଳତା ଲାଭ କରିଥିବା ବୈଜ୍ଞାନିକମାନେ କହିଛନ୍ତି। କରୋନା ଭୂତାଣୁ ପ୍ରତିଷେଧକ ଟିକାର ପରୀକ୍ଷା କାର୍ଯ୍ୟକ୍ରମ ପାଇଁ ବ୍ରିଟେନ୍ ସରକାର ୨୦ ନିୟୁତ ପାଉଣ୍ଡ ଦେବେ। ବ୍ରିଟେନ୍ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ୍ ହାନକକ୍ କହିଛନ୍ତି, ଏହି ଭୟଙ୍କର ଭୂତାଣୁ ପାଇଁ ଏକ ପ୍ରତିଷେଧକ ଟୀକା ବାହାର କରିବା ଲାଗି ବ୍ରିଟେନ୍ ସରକାର ସବୁକିଛି କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ପ୍ରତିଷେଧକ ଟୀକା ଏକ ସୁସ୍ଥ ସିମ୍ପାଜି ଭୂତାଣୁରୁ ପ୍ରସ୍ତୁତ କରାଯାଇଛି ଓ ୧୮ରୁ ୫୫ ବର୍ଷ ବୟସ ମଧ୍ୟରେ ଅତ୍ୟନ୍ତ ସୁସ୍ଥ ବ୍ୟକ୍ତିଙ୍କଠାରେ ପରୀକ୍ଷା କରାଯାଉଛି ।

Breaking
ରାଜ୍ୟସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସଏମ୍ସ ଭୁବନେଶ୍ୱରରେ ଏମ୍ସ ଆଇସିୟୁ ପୁନର୍ବାସ ପାଇଲଟ୍ ପ୍ରକଳ୍ପ ସଫଳତାର ସହ ସମାପ୍ତଭାରତ ସରକାରର ଟେକ୍ସଟାଇଲ୍ ମନ୍ତ୍ରାଳୟ ଏବଂ NIFT ଏସିୟାନ୍ ସବକଣ୍ଟିନେଣ୍ଟ ଏବଂ ଭାରତର ଫ୍ୟାସନ୍ ସେଗ୍ମେଣ୍ଟ ପାଇଁ ଟ୍ରେଣ୍ଡ୍ ସୂଚନା ଏବଂ ପୂର୍ବାନୁମାନ ଆରମ୍ଭ କରିଛନ୍ତି”ଆପୋଲୋ ହସ୍ପିଟାଲ୍ସ, ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଯକୃତ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭଆଇଓଏସ ଉପକରଣଗୁଡ଼ିକ ଫିସିଂ ଆକ୍ରମଣ ପାଇଁ ଅଧିକ ବିପଦଯୁକ୍ତ: ଲୁକ୍ଆଉଟ