banner
Breaking

ଦ୍ବିତୀୟ ପର୍ଯ୍ୟାୟରେ ଟିକା ନେବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ।

0

ନୂଆଦିଲ୍ଲୀ,୨୧।୧: ଦ୍ୱିତୀୟ ପର୍ଯ୍ୟାୟ କୋରୋନା ଟିକାକରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଟିକା ନେବେ। ଏଥିସହିତ ୫୦ ବର୍ଷରୁ ଅଧିବ ବୟସର ମନ୍ତ୍ରୀ ଓ ନେତାଙ୍କୁ ଟିକା ଦିଆଯିବ ।

ତେବେ ଜାନୁଆରୀ ୧୬ ତାରିଖରୁ ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମାଗଣାରେ ଟିକାକରଣ କରାଯାଇଛି।
୩ କୋଟି ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ କେନ୍ଦ୍ର ସରକାର। ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷାବାହିନୀ, ପୋଲିସ କର୍ମଚାରୀ ଏବଂ ରେସ୍କ୍ୟୁ ଅପରେସନରେ ମୁତୟନ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.