banner
Breaking

ଓଡିଶାରେ ହୁହୁ ହୋଇ ବଢୁଛି କରୋନା। ଆଜି ପୁଣି ସର୍ବାଧିକ ୧୫୬ ପଜିଟିଭ୍ ଚିହ୍ନଟ।

0

ଭୁବନେଶ୍ୱର,୧/୬(ଓଡ଼ିଆ ନ୍ୟୁଜ): ଓଡିଶାରେ ହୁହୁ ହୋଇ ବଡ଼ିଲାଣି କରୋନା। ରାଜ୍ୟରେ ଆଜି ପୁଣି ୧୫୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ଦିନରେ ୧୫୬ ଆକ୍ରାନ୍ତ ଚିହ୍ନଟ ହେବା ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବାଧିକ ବୋଲି ଜଣାପଡିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୫୩ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୩ ଜଣ ସ୍ଥାନୀୟ ଲୋକ ଅଟନ୍ତି ।
ରାଜ୍ୟରେ ମୋଟ ଚିହ୍ନଟ ୨୧୦୪ ଆକ୍ରାନ୍ତଙ୍କ ମଧ୍ୟରୁ ୯୬୯ ଜଣ ଚିକିତ୍ସିତ ହେଉଥିବା ବେଳେ ୧୧୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭ଜଣଙ୍କର ମୃତ୍ୟୁ ଘଟିଛି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ସର୍ବାଧିକ ୫୦ଜଣ,କଟକରୁ ୨୦, ଗଞ୍ଜାମରୁ ୧୭, ଜଗତସିଂହପୁର ୧୪, ଯାଜପୁର ୧୧, କନ୍ଧମାଳ ୯, ଭଦ୍ରକ ୭, ଖୋର୍ଦ୍ଧାରୁ ୩,ବରଗଡ଼ ୩, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୩, ନୟାଗଡ ୩, ନୂଆପଡା ୩, ସମ୍ବଲପୁର ୩ ଓ ସୁନ୍ଦରଗଡ଼ରୁ ୩ଜଣ, ବଲାଙ୍ଗୀର ୨, ବୌଦ୍ଧରୁ ଜଣେ, କେନ୍ଦୁଝରରୁ ଜଣେ, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.