banner
Breaking

ରାଜ୍ୟରେ ପୁଣି ୯୬ ପଜିଟିଭ। ଆକ୍ରାନ୍ତଙ୍କ ସ°ଖ୍ୟା ୧୮୧୮କୁ ବୃଦ୍ଧି।

0

ଭୁବନେଶ୍ୱର, ୩୦।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଶନିବାର ପୁଣି ୯୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି। ତେବେ ସମସ୍ତ ନୂଆ ଆକ୍ରାନ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
୧୮ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୯୬ କରୋନା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୧୦ ଜଣ ଲେଖାଏ କେନ୍ଦ୍ରାପଡ଼ା ଓ ଗଜପତି ଜିଲାର ରହିଛନ୍ତି। ସେହିପରି ଖୋର୍ଦ୍ଧା ଜିଲାର ୯ ଜଣ ରହିଥିବା ବେଳେ ଭଦ୍ରକ, ବଲାଙ୍ଗୀର ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏ ଅଛନ୍ତି। ଗଞ୍ଜାମ, ଯାଜପୁର, କଟକ, ଜଗତ୍‌ସିଂହପୁରରୁ ୬ ଜଣ ଲେଖାଏ ଥିବା ବେଳେ କଳାହାଣ୍ଡି ୫, ବାଲେଶ୍ୱର, ଦେବଗଡ଼ ଓ ନୂଆପଡ଼ାରୁ ୪ ଜଣ ଲେଖାଏ ରହିଛନ୍ତି। ଢେଙ୍କାନାଳରୁ ୨, ପୁରୀ, ନୟାଗଡ଼ ଓ କେନ୍ଦୁଝରରୁ ଜଣେ ଲେଖାଏ ଅଟନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୮୧୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୩୩ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୯୭୭ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.