banner
Breaking

ରାଜ୍ୟରେ ପୁଣି ୬୩ ପଜିଟିଭ୍ ଚିହ୍ନଟ।ଆକ୍ରାନ୍ତଙ୍କ ସ°ଖ୍ୟା ୧୭୨୩ କୁ ବୃଦ୍ଧି।

0

ଭୁବନେଶ୍ୱର, ୨୯/୫(ଓଡ଼ିଆ ନ୍ୟୁଜ): ରାଜ୍ୟର ପୁଣି ୬୩ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏହି କ୍ରମରେ ରାଜ୍ୟରେ କୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୪,ଖୋର୍ଦ୍ଧାରୁ ୧୨,ନୟାଗଡ଼ ୭,ବଲାଙ୍ଗୀର ୬, ଜଗତସିଂହପୁର ୧୧,ବାଲେଶ୍ବର ୩,କଟକ ୩,ସୁନ୍ଦରଗଡ ୨,ଢେ଼ଙ୍କାନାଳରୁ ୯ ଜଣ ଓ ମୟୂରଭଞ୍ଜ,ପୁରୀ, ସମ୍ବଲପୁର,କୋରାପୁଟ, ଝାରସୁଗୁଡା ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଟନ୍ତି।
ସୂଚନାଯୋଗ୍ୟ ରାଜ୍ୟରେ ୧୭୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୮୭ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଓଡ଼ିଶାରେ ୮୨୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.