banner
Breaking

କରୋନା ଯୋଦ୍ଧାଙ୍କୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍।

0

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନର ଉପାଦେୟତା ଏବେ ବି ଏକ ପ୍ରଶ୍ନ ହୋଇ ଉଭା ହୋଇଛି । ଆମେରିକା ଚିକିତ୍ସାବିତ୍ ଓ ଆମେରିକା ରାଷ୍ଟ୍ରପତି କରୋନା ସଂକ୍ରମଣକୁ ରୋକିବା ଏବଂ ଏଥିରୁ ସୁସ୍ଥ ହେବା ପାଇଁ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ଉପଯୁକ୍ତ ବୋଲି ଦାବି କରୁଛନ୍ତି । ଅନ୍ୟପକ୍ଷରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହି ଔଷଧ ଉପରେ କଟକଣା ଜାରି ରଖିଛି । ଏହି ସ୍ଥିତିରେ ଭାରତ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ କଟକଣାକୁ ଗ୍ରହଣ କରିବ ନାହିଁ ଏବଂ ଆମେରିକା ପରି କରୋନା ସଂକ୍ରମିତଙ୍କ ଚିକିତ୍ସା ଏବଂ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମୀମାନେ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ସେବନ କରିବେ ବୋଲି ନିଷ୍ପତ୍ତି ନେଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଇସିଏମ୍ଆର୍ ମହାନିର୍ଦେଶକ ଏହା ସ୍ପଷ୍ଟ କରିଛନ୍ତି ।ମ୍ୟାଲେରିଆରୁ ମୁକ୍ତି ନିମନ୍ତେ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ବହୁ ପୂର୍ବରୁ ଭାରତରେ ପ୍ରଚଳିତ ଏବଂ ଆଣ୍ଟିଭାଇରାଲ ଡ଼୍ରଗ ଭାବରେ ଏହା ଭାରତରେ ବେଶ୍ ଲୋକପ୍ରିୟ । ଆମେରିକା ସରକାର ଏହାକୁ ଗ୍ରହଣ କରିଛନ୍ତି ଓ ଇନ୍-ଭିଟୋ ଡାଟା ଅନୁସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ସେବନ ସୁରକ୍ଷିତ ବୋଲି କୁହାଯାଉଛି । ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ କୋଭିଡ୍ ରୋଗୀଙ୍କ ଉପରେ କାମ କରୁଛି ଓ  ପାର୍ଶ୍ୱ ପ୍ରତିକ୍ରିୟା ସେପରି କିଛି ଆସୁଥିବା ଏଯାଏ ଜଣା ପଡ଼ିନାହିଁ । ତେଣୁ  କରୋନା ଯୋଦ୍ଧାଙ୍କୁ  ପ୍ରଥମ ଦିନ ୨ଟି ଟାବଲେଟ୍ ଓ ସପ୍ତାହ ପରେ ଆଉ ଗୋଟିଏ ବଟିକା ଖାଇବାକୁ ପଡ଼ିବ । ଏହାପରେ ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ବଟିକା ୮ ସପ୍ତାହ ଯାଏ ଖାଇବାକୁ ହେବ ବୋଲି  ଆଇସିଏମଆର୍ ଡିଜି କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.