banner
Breaking

ରାଜ୍ୟରେ ପୁଣି ୭୯ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୧୫୧୭ କୁ ବୃଦ୍ଧି। ୨୯ ଜିଲ୍ଲାରେ ପହଞ୍ଚିଲା କରୋନା।

0

ଭୁବନେଶ୍ୱର,୨୬/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟଙ୍କ ମଧ୍ୟରୁ ୭୧ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିଲାବେଳେ ୮ଜଣ ଲୋକାଲ୍ । ପ୍ରଥମ ଥର ପାଇଁ ସୁବର୍ଣ୍ଣପୁରକୁ ଛୁଇଁଲା କରୋନା । ଜିଲ୍ଲାରେ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଜିଲ୍ଲା ସଂଖ୍ୟା ୨୯କୁ ଛୁଇଁଛି ।

ସୂଚନଯୋଗ୍ୟ, ଆଜି ସକାଳେ ୧୪ଟି ଜିଲାରୁ ୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କଟକ ୧୬, ବଲାଙ୍ଗୀର ୧୪, କେନ୍ଦୁଝର ୮, କନ୍ଧମାଳ ୭, କେନ୍ଦ୍ରାପଡ଼ା ୬, ଗଞ୍ଜାମ ୫, ନୟାଗଡ଼ ୩, ଢ଼େଙ୍କାନାଳ ୩, ବାଲେଶ୍ୱର ୪, ଖୋର୍ଦ୍ଧା ୪, ପୁରୀ ୪, ଯାଜପୁର ୨, ଅନୁଗୁଳ ୨, ଝାରସୁଗୁଡ଼ା ୨ ଓ ସୋନପୁର ଜିଲ୍ଲାରୁ ୨ଜଣ କେରାନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

କଟକରେ ଆଜିର ୧୬ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧଇ ପାଇଛି ସେଥିମଧ୍ୟରୁ ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ୩ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୭୧ଜଣ ଚିକିତ୍ସିତ ହେଉଛନ୍ତି ।

ବଲାଙ୍ଗୀରରେ ଆଜିର ୧୪ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧଇ ପାଇଛି ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୩୬ଜଣ ଚିକିତ୍ସିତ ହେଉଛନ୍ତି ।

ସେହିପରି କେନ୍ଦୁଝରରେ ଆଜିର ୮ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୪ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୧୬ଜଣ ଚିକିତ୍ସିତ ହେଉଛନ୍ତି ।

କନ୍ଧମାଳ ଆଜିର ୭ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ସେହିପରି ବାଲେଶ୍ୱରରେ ଆଜିର ୪ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୯୧ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୪୬ଜଣ ଚିକତ୍ସିତ ହେଉଛନ୍ତି ।

କେନ୍ଦ୍ରାପଡ଼ାରେ ଆଜିର ୬ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୨୨ଜଣ ସୁସ୍ଥ ହୋଇଛନ୍ତି ।ଅନ୍ୟ ୩୯ଜଣ ଚିକିତ୍ସିତ ହେଉଛନ୍ତି ।
ସେହିପରି ଗଞ୍ଜାମରେ ଆଜିର ୫ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୨୪୮ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୦୭ଜଣ ଚିକିତ୍ସିତ ହେଉଛନ୍ତି ।

ନୟାଗଡ଼ରେ ଆଜିର ୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୪ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୪୪ଜଣ ଚିକିତ୍ସିତ ହେଉଛନ୍ତି ।
ସେହିପରି ଢ଼େଙ୍କାନାଳରେ ଆଜିର ୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନକ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି ଅନ୍ୟ ୬ଜଣ ଚିକିତ୍ସିତ ହେଉଛନ୍ତି ।

ଖୋର୍ଦ୍ଧାରେ ଆଜିର ୪ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬କୁ ବୃ୍ଦ୍ଧି ପାଇଛି ସେଥିମଧ୍ୟରୁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୫୧ଜଣ ସୁସ୍ଥ ହୋଇଛନ୍ତିି । ଅନ୍ୟ ୩୨ଜଣ ଚିକିତ୍ସିତ ହେଉଛନ୍ତି ।

ପୁରୀରେ ଆଜିର ୪ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି ସେଥଧ୍ୟରୁ ୧୪ଢଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୭୧ଜଣ ଚିକିତ୍ସିତ ହେଉଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.