banner
Breaking

ରାଜ୍ୟରେ ପୁଣି ୧୦୩ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୧୪୩୮ କୁ ବୃଦ୍ଧି।

0

ଭୁବନେଶ୍ଵର,୨୫/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି। ତେବେ ୧୦୩ଜଣଙ୍କ ମଧ୍ୟରୁ ୯୬ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୭ଜଣ ସ୍ଥାନୀୟ ଲୋକ ଅଛନ୍ତି ।
ଚିହ୍ନଟଙ୍କ ଭିତରୁ ଆଜି ଦେବଗଡ଼ ଜିଲ୍ଲାରୁ ସର୍ବାଧିକ ୨୨, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାରୁ ୫ଜଣ ଲେଖାଏଁ , ବଲାଙ୍ଗୀର ଓ ଭଦ୍ରକ ଜିଲ୍ଲାରୁ ୮ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫, ଜଗତସିଂହପୁର ଜିଲ୍ଲାରୁ ୧୦ଜଣ, ଗଞ୍ଜାମ ଜିଲ୍ଲାରୁ ୪ଜଣ , ମାଲକାନଗିରି ଜିଲ୍ଲାରୁ ୯ଜଣ, କୋରାପୁଟ ଓ ଗଜପତି ଜିଲ୍ଲାରୁ ୬ଜଣ ଲେଖାଏଁ, ଯାଜପୁର, ମୟୂରଭଞ୍ଜ, କନ୍ଧମାଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଅଟନ୍ତି।
ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୪୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୮୧ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି୫୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ରାଜ୍ୟରୁ ଚିହ୍ନଟ ୧୦୩ ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଲା ସୂଚନା ଓ ଲୋକସମ୍ପର୍କ ବିଭାଗ

ଆଜି ଦେଓଗଡ଼ରୁ ଚିହ୍ନଟ ହୋଇଥିବା ୨୨ସଂକ୍ରମିତଙ୍କ ମଧ୍ୟରୁ ୧୯ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ଏନ୍ୟ ୩ଜଣ ସ୍ଥାନୀୟ ଲୋକ ରହିଥିବା ଜଣାପଡିଛି । ତେବେ କ୍ୱାରେଣ୍ଟାଇନ୍‌ରେ ଥିବା ୧୯ଜଣଙ୍କ ମଧ୍ୟରୁ ୩ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ୧୬ଜଣ ତାମିଲନାଡୁ ଫେରନ୍ତା ରହିଛନ୍ତି ।
ମୟୁରଭଞ୍ଜରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ଆନ୍ଧ୍ରପ୍ରଦେଶ ଫରେନ୍ତା ।
ଗଜପତିରୁ ଚିହ୍ନଟ ହୋଇଥିବା ୬ଜଣ ସଂକ୍ରମିତ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।
ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ତାମିଲନାଡୁ ଫେରନ୍ତା, ଜଣେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ଜଣେ ମହାରାଷ୍ଟ୍ର ଫେରନ୍ତା ।
ଭଦ୍ରକରୁ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୪ଜଣ ପଶ୍ଚିମବଙ୍ଗ ଫେରନ୍ତା, ୨ଜଣ ଗୁଜୁରାଟ ଫେରନ୍ତା, ଜଣେ ତେଲେଙ୍ଗାନା ଫରେନ୍ତା ଓ ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା ବୋଲି ଜଣାପଡିଛି ।
କେନ୍ଦ୍ରାପଡାରୁ ଚିହ୍ନଟ ହୋଇଥିବା ୧୫ଜଣ ସଂକ୍ରମିତଙ୍କ ମଧ୍ୟରୁ ୭ଜଣ ପଶ୍ଚିମବଙ୍ଗ ଫରେନ୍ତା, ୪ଜଣ ତେଲେଙ୍ଗାନା ଫରେନ୍ତା, ଜଣେ ଗୁଜୁରାଟ ଫରେନ୍ତା, ଜଣେ ତାମିଲନାଡୁ ଫେରନ୍ତା ଓ ୨ଜଣ କର୍ଣ୍ଣାଟକ ଫରେନ୍ତା ରହିଥିବା ବେଳେ ସମସ୍ତେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।
ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ଗୁଜୁରାଟ ଫରେନ୍ତା ହୋଇଥିବା ବେଳେ ଜଣେ ମହାରାଷ୍ଟ୍ର ଫରେନ୍ତା । ସମସ୍ତେ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।
ଭୁବନେଶ୍ୱରରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।
କେନ୍ଦୁଝରରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ମହାରାଷ୍ଟ୍ର ଫେରନ୍ତା । ସେ ମହାରାଷ୍ଟ୍ରରୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।
ମାଲକାନାଗିରିରୁ ଚିହ୍ନଟ ହୋଇଥିବା ୯ଜଣ ସଂକ୍ରମିତଙ୍କ ମଧ୍ୟରୁ ୪ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ୨ଜଣ ତେଲେଙ୍ଗାନା ଫେରନ୍ତା, ୨ଜଣେ ତାମିଲନାଡୁ ଫେରନ୍ତା ଏବଂ ଜଣେ ସ୍ଥାନୀୟ ବୋଲି ଜଣାପଡିଛି ।
ଯାଜପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମିତ ଜଣଙ୍କ ସୁରଟ ଫେରନ୍ତା । କିଛି ଦିନ ତଳେ ସେ ସୁରଟରୁ ଫେରି କ୍ୱାରେଣ୍ଟାଇନ୍‌ରେ ରହିଥିଲା ।
ଗଞ୍ଜାମରୁ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତ ସ୍ଥାନୀୟ ଥିବା ବେଳେ ୨ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ ।
କୋରାପୁଟରୁ ଚିହ୍ନଟ ହୋଇଥିବା ୬ଜଣ ସଂକ୍ରମିତ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । କିଛି ଦିନ ତଳେ ସମସ୍ତ ସଂକ୍ରମିତ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ । ଆନ୍ଧ୍ରପ୍ରଦେଶରୁ ଆସିବା ପରେ ସମସ୍ତେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।
ବଲାଙ୍ଗୀରରୁ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୫ଜଣ ମହାରାଷ୍ଟ୍ର ଫେରନ୍ତା, ୨ଜଣ ଗୁଜୁରାଟ ଫେରନ୍ତା, ଜଣେ ଛତିଶଗଡ଼ ଫରେନ୍ତା । ସମସ୍ତ କ୍ୱାରେଣ୍ଟାଇନ୍‌ ରହିଥିଲେ ।
ଢେଙ୍କାନାଳରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ଛତିଶଗଡ ଫେରନ୍ତା ।
କନ୍ଧମାଳରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ସୁରଟ ଫେରନ୍ତା । ସେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ୧୦ଜଣେ ସଂକ୍ରମିତଙ୍କ ମଧ୍ୟରୁ ୮ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ୨ଜଣ ତାମିଲନାଡୁ ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ୱାରେଣ୍ଟାଇନ୍‌ ରହିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.