banner
Breaking

ଭାରତରେ ୨୪ ଘଣ୍ଟାରେ ୬୬୫୪ ସ°କ୍ରମିତ ୧୩୭ ମୃତ।

0

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ତାର କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯାହା ଚିନ୍ତାର ବିଷୟ ପାଲଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୬୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୩୭ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୧୦୧କୁ ବୃଦ୍ଧି ପାଇଛି। ସେହିପରି ମୃତକଙ୍କ ସଂଖ୍ୟା ୩୭୨୦ରେ ପଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୫୧ ହଜାର ୭୮୪ ଜଣ ସୁସ୍ଥ ହୋଇଥିବାବେଳେ ୬୯ ହଜାର ୫୯୭ ଜଣ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଦେଶରେ ମହାରାଷ୍ଟ୍ର ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି। ଏହି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ୫୮୨ରେ ପହଞ୍ଚିଛି। ସେହିପରି ରାଜ୍ୟରେ ସର୍ବାଧିକ ୧୫୧୭ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକର ସ୍ଥିତି ନିମ୍ନରେ ଉଲ୍ଲେଖ କରାଯାଇଛି।

ରାଜ୍ୟ          ସଂକ୍ରମିତ       ମୃତ

ମହାରାଷ୍ଟ୍ର        ୪୪,୫୮୨     ୧୫୧୭

ତାମିଲନାଡୁ       ୧୪,୭୫୩       ୯୯

ଗୁଜରାଟ        ୧୩,୨୭୩      ୮୦୨

ଦିଲ୍ଲୀ         ୧୨,୩୧୯      ୨୦୮

ରାଜସ୍ଥାନ      ୬୪୯୪        ୧୫୩

ମଧ୍ୟପ୍ରଦେଶ       ୬୧୭୦        ୨୭୨
ଉତ୍ତରପ୍ରଦେଶ      ୫୭୩୫      ୧୫୨

ପଶ୍ଚିମବଙ୍ଗ       ୩୩୩୨       ୨୬୫

ଆନ୍ଧ୍ରପ୍ରଦେଶ     ୨୬୬୭         ୫୫

ପଞ୍ଜାବ        ୨୦୨୯           ୩୯

ତେଲେଙ୍ଗାନା     ୧୭୬୧          ୪୮

ବିହାର         ୨୧୬୬         ୧୧

କର୍ଣ୍ଣାଟକ        ୧୭୪୩         ୪୧

ଜାମ୍ମୁ-କାଶ୍ମୀର     ୧୪୮୯          ୨୦

ଓଡ଼ିଶା         ୧୧୯୧            ୭

ହରିୟାଣା       ୧୦୬୭           ୧୬

Khansweb Solution Bhubaneswar

Leave A Reply

Your email address will not be published.