banner
Breaking

ରାଜ୍ୟରେ ପୁଣି ୮୦ ପଜିଟିଭ୍ । ଆକ୍ରାନ୍ତଙ୍କ ସ°ଖ୍ୟା ୧୨୬୯ କୁ ବୃଦ୍ଧି।

0

ଭୁବନେଶ୍ଵର, ୨୩/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୮୦ପଜିଟିଭଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୧ଜଣ ଚିହ୍ନଟ ହୋଇଥିବା ବେଳେ ଘରୋଇ ସଙ୍ଗରୋଧରେ ଥିବା ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ୭ଜଣ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
ଆଜି ଚିହ୍ନଟ ହୋଇଥିବା ୮୦ ଜଣଙ୍କ ମଧ୍ୟରେ  ଗଞ୍ଜାମରୁ ୧୯, ଯାଜପୁରରୁ ୧୪, ବାଲେଶ୍ବରରୁ ୩, ପୁରୀରୁ ୧୭, କଟକରୁ ଜଣେ, ସୁନ୍ଦରଗଡରୁ ୫, ନୟାଗଡରୁ ୫,ବଲାଙ୍ଗିରରୁ ୧ , ମାଲକାନଗିରିରୁ ୫, କନ୍ଧମାଳରୁ ୨, ଝାରୁସୁଗୁଡାରୁ ୩ଜଣ ଓ ନୂତନ ଜିଲ୍ଲା ଭାବେ ନବଙ୍ଗରପୁରରୁ ୧ ଏବଂ ଗଜପତି ଜିଲ୍ଲାରୁ ୪ଜଣ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଏଥି ସହିତ ଓଡ଼ିଶାର ୨୬ ଟି ଜିଲ୍ଲାକୁ ବ୍ୟାପିଛି କରୋନା।
ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟ​‌ରେ ୧୨୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୨୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ କେତେ ସୁସ୍ଥ ଓ କେତେ ମୃତ ନିମ୍ନ ସାରଣୀରେ ଦେଖନ୍ତୁ।

Khansweb Solution Bhubaneswar

Leave A Reply

Your email address will not be published.