banner
Breaking

ଭାରତରେ ୨୪ ଘଣ୍ଟାରେ ୬୦୮୮ ଆକ୍ରାନ୍ତ ୧୪୮ ମୃତ।

0

ନୂଆଦିଲ୍ଲୀ, ୨୨/୫(ବ୍ୟୁରୋ) :ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଚିନ୍ତା ବଢ଼ାଉଛି। ପ୍ରତିଦିନ ୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ପ୍ରଥମ ଥର ପାଇଁ ସଂକ୍ରମିତଙ୍କ ଦିନକରେ ୬ ହଜାର ପାର୍‌ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୬୦୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪୮ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୪୪୭କୁ ବୃଦ୍ଧି ପାଇଛି। ସେହିପରି ମୃତକଙ୍କ ସଂଖ୍ୟା ୩୫୮୩ରେ ପଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୪୮ ହଜାର ୫୩୪ ଜଣ ସୁସ୍ଥ ହୋଇଥିବାବେଳେ ୬୬ ହଜାର ୩୩୦ ଜଣ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଦେଶରେ ମହାରାଷ୍ଟ୍ର ସବୁଠୁ ବେଶି ପ୍ରଭାବିତ ହୋଇଛି। ଏହି ରାଜ୍ୟରେ କେବଳ ଦେଶର ଏକ ତୃତୀୟାଂଶରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୪୧ ହଜାର ୬୪୨ରେ ପହଞ୍ଚିଛି। ସେହିପରି ରାଜ୍ୟରେ ସର୍ବାଧିକ ୧୪୫୪ ଜଣ ପ୍ରାଣ ହରାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.