banner
Breaking

ରାଜ୍ୟରେ ପୁଣି ୫୧ ପଜିଟିଭ୍। ଆଉ ଗୋଟିଏ ମୁଣ୍ଡ ନେଲା କରୋନା।

0

ଭୁବନେଶ୍ୱର,୨୧/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୫୧ ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେଥିମଧ୍ୟରୁ ନୟାଗଡ଼ରୁ ୧୧,କଳାହାଣ୍ଡି,୧୧,କଟକ ୯,ଯାଜପୁର ୫,ମୟୂରଭଞ୍ଜ ୩,ସମ୍ବଲପୁର ,ଜଗତସିଂହପୁର ଓ ଅନୁଗୁଳରୁ ୨ ଜଣ ଲେଖାଏଁ ଏବଂ ପୁରୀ ଓ ମାଲକାନଗିରି ରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୩୪୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୭୫୩ ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

ଆଜି ପୁଣି ଗଞ୍ଜାମ ଜିଲ୍ଲାରେ ଜଣେ ୮୫ ବର୍ଷୀୟଙ୍କ ମୃତ୍ୟୁ ଘଟିଛି । ସେ ସୁରତ ଫେରନ୍ତା ଓ ବିଭିନ୍ନ ରୋଗରେ ପିଡୀତ ଥିଲେବୋଲି ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି ପାଇଛି । ପୂର୍ବରୁ ୬ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରେ ତିନି ଜଣ ଖୋର୍ଦ୍ଧାର ଓ ୨ଜଣ ଗଞ୍ଜାମ ଓ ଅନ୍ୟ ଜଣେ କଟକର ଜିଲ୍ଲାର ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.