banner
Breaking

ଓଡିଶାରେ ହଜାରେ ଟପିଲା ଆକ୍ରାନ୍ତଙ୍କ ସ°ଖ୍ୟା। ଆଜି ପୁଣି ୭୪ ପଜିଟିଭ୍ ଚିହ୍ନଟ ଏବଂ ଜଣେ ମୃତ।

0

ଭୁବନେଶ୍ୱର,୨୦/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୭୪ ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ବୌଦ୍ଧରୁ ସର୍ବାଧିକ ୨୮ଆକ୍ରାନ୍ତ ଚିହ୍ନ୍‌ଟ । ପୁରୀରୁ ୧୧, କଟକ ୯, ଖୋର୍ଦ୍ଧା ୭, ଗଞ୍ଜାମରୁ ୬, ଯାଜପୁରରୁ ୬, କେନ୍ଦ୍ରାପଡ଼ା ୨ ଓ ମାଲକାନଗିରୁ ୨ଜଣ, ବାଲେଶ୍ୱର ୧, ଢ଼େଙ୍କାନାଳରୁ ୧ ଓ କନ୍ଧମାଳରୁ ୧ ଜଣେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୨ଜଣ କ୍ୱାରେଣ୍ଟାଇନ୍‌ରେ ଥିଲାବେଳେ ଅନ୍ୟ ୨ଜଣ ଲୋକାଲ୍ କେସ୍ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଆଉ ଗୋଟେ ନୂଆ ଜିଲ୍ଲାକୁ ଡ଼େଇଁଛି କରୋନା । ଏହାକୁ ମିଶାଇ ରାଜ୍ୟରେ କରୋନା ସ°କ୍ରମିତ ଜିଲ୍ଲା ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୬ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୩୦୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୭୩୯ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

ଆଜି ପୁଣି ଖୋର୍ଦ୍ଧା ଜିଲ୍ଲାରେ ଜଣେ ୭୦ବର୍ଷୀୟଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ପୂର୍ବରୁ ୫ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରେ ଦୁଇ ଜଣ ଖୋର୍ଦ୍ଧାର ଓ ୨ଜଣ ଗଞ୍ଜାମ ଓ ଅନ୍ୟ ଜଣେ କଟକର ଜିଲ୍ଲାର ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.